ପୁରା ଖବର ବିଷୟରେ



ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସଫାହେଲା ଗ୍ରାମ୍ୟ ଡ୍ରେନ

Jun 28 2024 12:53PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ ୧ ନମ୍ବର ୱାର୍ଡ ବଡଦ୍ୱାର ସାହି ଗ୍ରାମର ଯୁବଗୋଷ୍ଟି ମାନଙ୍କ ସହାୟତା କ୍ରମେ କଲ୍ୟାଣ ସିଂହପୁର ପଞ୍ଚାୟତ ସରପଞ୍ଚ ଗୌତମ ବାର୍ଲି ଙ୍କ ତତ୍ୱାବଧାନ କ୍ରମେ ଗ୍ରାମର ସମସ୍ତ ଡ୍ରେନ ସଫା କରିବାକୁ ଯୁବଗୋଷ୍ଟି ଅଣ୍ଟା ଭିଡ଼ିଛନ୍ତି | କାର୍ଯ୍ୟରତ ସମସ୍ତ ଯୁବଗୋଷ୍ଟି ଙ୍କ କହିବା ଅନୁଯାଇ ଦୀର୍ଘ ବର୍ଷ ଧରି ଗ୍ରାମର ଡ୍ରେନ ନିର୍ମାଣ ଠାରୁ ସଫା କରାଯାଇ ନ ଥିଲା ଏହା ଫଳରେ ଗ୍ରାମର ବର୍ଷା ଜଳ ନିଷ୍କାସନ ରେ ବାଧା ସୃଷ୍ଟି ଦେଖାଦେଉଥିଲା | ଗ୍ରାମରେ ଅନେକ ପ୍ରକାର ମୋଶାମାଛି ହୋଉଥିବାରୁ ପ୍ରାୟ ଲୋକେ ରୋଗାକ୍ରାନ୍ତ ରେ ପଡ଼ି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଉଥିଲେ | ଆଜି ଡ୍ରେନ ସଫା କାମ ହୋଇଯିବା ପରେ ଏ ସବୁ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇଯିବ କହିଛନ୍ତି | ଆମେ ଆଜି ଏହି ମୋହତ କାର୍ଯ୍ୟ କରି ନିଜକୁ ଧନ୍ୟ ମନେ କରୁଛୁ ବୋଲି ଗୋଷ୍ଟି ର କିସାନ କୌଶଲ୍ୟା,ଗରିବ ଗରଡ଼ିଆ,ଅମିତ କୁମାର ମହାନନ୍ଦିଆ ଓ ଜଗତରାମ ଭତ୍ରା ପ୍ରମୁଖ କହିଛନ୍ତି | ଆମେ ବଡଦ୍ୱାର ସାହି ଗ୍ରାମର ସମସ୍ତ ଡ୍ରେନ ସଫା କରିବାକୁ ପ୍ରତିଜ୍ଞା ଅଟୁ ବୋଲି କହିବା ଫଳରେ ସରପଞ୍ଚ ବାର୍ଲି ଏହା ଜିଲ୍ଲାପାଳଙ୍କ ନିର୍ଦେଶ ରହିଛି ତେଣୁ ଯୁବଗୋଷ୍ଟିଙ୍କ ପ୍ରାପ୍ୟ ରାଶି କୁ ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ମୋତ ଦେଇଛନ୍ତି |