ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲାପାଳଙ୍କ କଲ୍ୟାଣ ସିଂହପୁର ଗ୍ରସ୍ତ

Jun 28 2024 12:51PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ଆଜି ସନ୍ଧ୍ୟା ରେ ଭିଷଣ ବର୍ଷା ସ୍ୱତେ ରାୟଗଡା ଜିଲ୍ଲାପାଳ ଶ୍ରୀ ମୋନଜ ସତ୍ୟବାନ ମହାଜନ ଆକସ୍ମାତ କଲ୍ୟାଣ ସିଂହପୁର ବ୍ଲକ ଗ୍ରସ୍ତ କରିଛନ୍ତି | ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ମୋନିଷା ଦାସ ଙ୍କ ସହ ବ୍ଲକରେ ଆଲୋଚନା କରିବା ପରେ ବ୍ଲକର ସମସ୍ତ ଅଧିକାରୀ ମାନଙ୍କ ସହ ପାର୍ସାଲି ପଞ୍ଚାୟତ ଅଧିନସ୍ତ କାଡ୍ରାକା ବଣ୍ଡେଲି ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ରେ ନିର୍ମାଣ ଧିନ ଆବାସ ଗୃହ ମାନ ପରିଦର୍ଶନ ନିମନ୍ତେ ଯାଇଥିଲେ | ସେଠାରେ ପରିଦର୍ଶନ କରି ଗ୍ରାମର ଲୋକଙ୍କ ସହ ସୁବିଧା ଅସୁବିଧା ଗୁଡିକୁ ନେଇ ଆଲୋଚନା କରିବା ସହ ପୋଞ୍ଚକୋଡ଼ି ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଜନ ମନ ରେ ନିର୍ମାଣ ଚାଲିଥିବା ଗୃହ ଓ ଅନ୍ୟାନ୍ୟ ଜୀବନ ଜୀବିକା ଉପରେ ଆଲୋଚନା କରିଥିଲେ | ପରେ ସିଙ୍ଗାରି ପଞ୍ଚାୟତ ର ପାଲଖମଣ ଗ୍ରାମକୁ ଯାଇ ସେଠାରେ ଥିବା ସ୍ୱୟଂ ସହାୟକ ଗୋଷ୍ଟି ର କୁକୁଡ଼ା ପାଳନ ଫାର୍ମ କୁ ବୁଲିଦେଖିଥିଲେ | ଏହି ଗ୍ରସ୍ତଙ୍କୁ ନେଇ ବ୍ଲକର ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିବା ସହ ବ୍ଲକର ବ୍ଲକ ସମ୍ପ୍ର - ସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି,ସହକାରୀ ଯନ୍ତ୍ରୀ ସବ୍ୟସାଚି ନାୟକ,କନିଷ୍ଠ ଯନ୍ତ୍ରୀ ଗିରିଜା ଶଙ୍କର ପତି ,ଏ ପି ଓ ମାର୍ସଲ ପ୍ରଧାନ, ପାର୍ସାଲି ପଞ୍ଚାୟତ ଡ଼.କ.ଉ ସଂସ୍ଥା ଓ.ପି.ଲି.ପି ର ପ୍ରକଳ୍ପ ପରିଚାଳକ ପିଲିପ୍ସ ବାଗ ଙ୍କ ସହ ରାୟଗଡା ରୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ପହଞ୍ଚି ସହଯୋଗ କରିଥିଲେ | ଏହି ଦୁଇ ଘଣ୍ଟା ଗ୍ରସ୍ତକୁ ନେଇ ବ୍ଲକ କର୍ମଚାରୀ ମାନଙ୍କ ମନରେ ଛନକା ପୋସିଥିଲା | ଉକ୍ତ ଗ୍ରସ୍ତ ସମୟରେ ପାର୍ସାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀହରି ମହାନନ୍ଦିଆ ଓ କାଡ୍ରାକା ବଣ୍ଡେଲି ଗ୍ରାମବାସି ମିଶି ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |