ପୁରା ଖବର ବିଷୟରେ



ଅବକାରୀ କାର୍ଯ୍ୟାଳୟ ନା ଭୁତକୋଠି

Jun 27 2024 6:28PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବାସିଙ୍କ କାର୍ଯ୍ୟରେ ଆସୁନି ଅବକାରୀ ବିଭାଗ | କଲ୍ୟାଣ ସିଂହପୁର ରେ ଅନେକ ବର୍ଷର ସ୍ୱପ୍ନକୁ ସାକାର କରିବା ପାଇଁ ସରକାରଙ୍କ ତରଫରୁ ଅବକାରୀ କାର୍ଯ୍ୟାଳୟ ଟିଏ ତିଆରି କରାଗଲା ବର୍ତ୍ତମାନ ଏହା ଭୁତକୋଠି ପାଲଟି ଗଲାଣି | ଏହା ପୂର୍ବରୁ ଏହି କାର୍ଯ୍ୟାଳୟ ଟି କଲ୍ୟାଣ ସିଂହପୁର ସଦର ଠାରେ ଏକ ଭଡା ଘରେ ରହି ଚାଲିଆସୁଥିଲା | ସେତେବେଳେ କିଛି କର୍ମଚାରୀ ରହୁଥିଲେ ପୁଣି କିଛି କର୍ମଚାରୀ ଜିଲ୍ଲା ସଦର ମୋହକୁମା ରୁ ଆସୁଥିଲେ | ସେତେବେଳେ ମଧ୍ୟ ଲୋକେ ଜାଣି ପାରୁନଥିଲେ କି କାର୍ଯ୍ୟାଳୟ କୋଉଠି ଅଛି ବୋଲି | ସେହି ସମୟରେ ମଧ୍ୟ ଯେମିତି ଚାଲିଥିଲା ଆଜି ମଧ୍ୟ ସେମିତି | କହିବାକୁ ଗଲେ ବିଭାଗୀୟ ଉପରିସ୍ଥ ଅଧିକାରୀ ମାନଙ୍କ ଉଦାସିନତା ଯୋଗୁଁ ଏପରି ଅବ୍ୟବସ୍ଥା ରେ ଚାଲିଛି କଲ୍ୟାଣ ସିଂହପୁର ଅବକାରୀ ବିଭାଗ ର କାର୍ଯ୍ୟକଳାପ | ଏଠାରେ କହିରଖିବା କି ଆଜି ପର୍ଯ୍ୟନ୍ତ କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳ ବାସି କଲ୍ୟାଣ ସିଂହପୁର ରେ ଅବକାରୀ କାର୍ଯ୍ୟାଳୟ କେଉଁଠି ଅଛି ବୋଲି ମଧ୍ୟ ଜାଣି ନାହାନ୍ତି | ବିଭାଗୀୟ ଅଧିକାରୀ ମାନେ ଆଜି ମଧ୍ୟ ରାୟଗଡା ସଦର ମୋହକୁମା ରୁ ହିଁ ଆସୁଛନ୍ତି ତାହା ମଧ୍ୟ କେବେ କେମିତି ନିଜ ଇଚ୍ଛାରେ | ଏଠାରେ ଅଞ୍ଚଳବାସି ବୋଳି ପଡୁଛନ୍ତି | ଆଜି ଯେ କୌଣସି ପ୍ରକାର ଅବକାରୀ ବିଭାଗ କୁ ଅଭିଯୋଗ ଆଣିବାକୁ ହେଲେ ସାଧାରଣ ଲୋକଙ୍କୁ ବିଭାଗ ତଥା ଅଧିକାରୀ ମାନଙ୍କୁ ଖୋଜିବାକୁ ପଡୁଛି | ଆଜି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ନୂତନ କାର୍ଯ୍ୟାଳୟ କୋଠା ତିଆରିକରି ଅବାଧ୍ୟ ଭାବେ ଆଡାସ୍ଥଳି କରିବା କେତେ ଦୂର ଯଥାର୍ଥ ବିଭାଗିୟ କର୍ମଚାରୀ ମାନଙ୍କ ମାସ ମାସ ଧରି ଦେଖା ନ ମିଳିବା ନା ଆଉ କଣ ହୋଇପାରେ | ଏଣୁ ଅବକାରୀ ବିଭାଗ ଠାରୁ ଜନସାଧାରଣ ଙ୍କ ଆସ୍ତା ତୁଟିବାର ଦେଖା ଦେଉଛି | ଉପରକ୍ତ ଘଟଣା କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନେଇ ଦାବି ହୋଉଛି |