ପୁରା ଖବର ବିଷୟରେ



ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତ

Jun 24 2024 11:11AM
ଆଜି ଅପରାହ୍ନରେ ବଳଦେବଜୀଉ ମନ୍ଦିରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ତିନି କିଲୋ ମିଟର ରାସ୍ତାରେ ସେ ଏକ ରୋଡ ସୋ'ରେ ଯାଇଥିଲେ। କେନ୍ଦୁଝର ଜିଲ୍ଲା ବାସୀଙ୍କ ପ୍ରଶଂସା କରି ସେ କହିଲେ ଯେ କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ। ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି। ଖଣି ଲୁଟେରା ମାନେ ଜେଲ୍ ଯିବେ। ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ ଯେ କେନ୍ଦୁଝର ହେବ ସୁନାର କେନ୍ଦୁଝର। କେନ୍ଦୁଝରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କା ଅଛି। ସମସ୍ତେ ମିଶି କେନ୍ଦୁଝରକୁ ଏକ ନମ୍ବର କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଉପରେ ସୁ ନଜର ଅଛି। ପୂର୍ବ ଭାରତର ବିକାଶ ଯୋଜନାରେ ଓଡ଼ିଶାକୁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ। ବିକଶିତ ଭାରତରେ ଓଡ଼ିଶା ସ୍ଥାନ ବହୁ ଉପରେ ରହିବ ବୋଲି ସେ କହିଥିଲେ।