ପୁରା ଖବର ବିଷୟରେ



ଯୋଗ ଭାରତୀୟ ଚିକିତ୍ସା କ୍ଷେତ୍ରର ଭିନ୍ନ ଏକ ପରିଚୟ।

Jun 21 2024 9:12PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ପୂର୍ବ କାଳରୁ ଋଷି ଓ ସାଧୁମାନେ ଯୁଗ ଯୁଗ ଧରି ଯୋଗର ଉପକାରିତା ବାବଦରେ ବାର୍ତ୍ତା ଦେଇ ଯାଇଛନ୍ତି, ଯାହାକୁ ଏବେ ସମଗ୍ର ବିଶ୍ୱ ଗ୍ରହଣ କରୁଛି। ସ୍ୱାସ୍ଥ୍ୟ ପ୍ରତି ଯୋଗର ଆବଶ୍ୟକତା ଏବଂ ମହତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଆଜି ଏମ ଭି ୭୯ ସ୍ଥିତ ଡ଼ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ଅଧକ୍ଷ ଡ଼ ପ୍ରଦୀପ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ମାନେ ମିଶି ଯୋଗ ଦିବସ ପାଳନ କରିଛନ୍ତି।ଯୋଗ ଶିକ୍ଷକ ଲୋକନାଥ ମହାକୁଡୁ ପ୍ରଶିକ୍ଷଣ ଦେଇଥିଲେ।ସନ୍ତୋଷ କୁମାର ପହରାଜ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଭରତ ଚନ୍ଦ୍ର ପଣ୍ଡା, ରିକି ବାରିକ,ରବୀନ୍ଦ୍ର ନାଥ ମଲ୍ଲିକ ସହଯୋଗ କରିଥିଲେ।