ପୁରା ଖବର ବିଷୟରେ



ଅପହଞ୍ଚ ଇଲାକାରେ ଭଲିବଲ ଟୁର୍ନାମେଣ୍ଟ ଉଦଯାପନୀ

Jun 21 2024 5:11AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅଧିନସ୍ତ ଏକ ଅପହଞ୍ଚ ଗ୍ରାମ ରାଇଲିମା କିନ୍ତୁ ଉକ୍ତ ଗ୍ରାମରେ ଗ୍ରାମବାସିଙ୍କ ସହଯୋଗରେ ଭଲିବଲ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉଦଯାପନୀ ଉତ୍ସବରେ ସୁନାଖଣ୍ଡି ପଞ୍ଚାୟତ ର ଖଜୁରୀଗୁଡା ଓ ପ୍ରଧାନୀଗୁଡା ଗ୍ରାମ ମଧ୍ୟରେ କଡା ଟକର ସହ ଖେଳ ହୋଇଥିଲା | ଏଥିରେ ପ୍ରଧାନୀଗୁଡା ଗ୍ରାମର ଖେଳାଳି ମାନେ ବିଜୟଲାଭ କରିଥିଲେ | ଏହି କାର୍ଯ୍ୟକ୍ରମରେ କଲ୍ୟାଣ ସିଂହପୁର ବରିଷ୍ଠ ବିଜେଡି ନେତା ଶ୍ରୀ ଜି.ଶ୍ରୀନୁ ମୁଖ୍ୟ ଅତିଥି ଓ ସୁନାଖଣ୍ଡି ପଞ୍ଚାୟତ ର ସରପଞ୍ଚ ଶ୍ରୀ ସଞ୍ଜୟ ନିସିକା ଉପସ୍ଥିତ ରହି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |