ପୁରା ଖବର ବିଷୟରେ



ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ |

Jun 20 2024 1:07PM
( ପଦ୍ମନ ଭତ୍ର ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଳମ୍ବନେଇ ଜନସନ୍ତୋଷ ହେଉଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସୁଧା ଟାଙ୍କି ଯୋଗେ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରାଯାଉଛି । ସେଥିରେ ନିୟୋଜିତ ରହିଥିବା କର୍ମଚାରୀ ମାନେ ପାନୀୟ ଜଳ ଛାଡୁଛନ୍ତି ।ଗ୍ରାମରେ ଦୁଇ ଲାଇନ କରିଛନ୍ତି ।ଗୋଟିଏ ଲାଇନ କୁ ସକାଳୁ ୬ଟା ଆଉ ଗୋଟିଏ ଲାଇନ କୁ ଦିନ ୮ଟା କୁ କରି ପାଣି ଯୋଗାଇ ଆସୁଥିଲେ । ତାପର ଦିନ ସକାଳୁ ୬ରେ ଦେଇଥିବା ଲାଇନ କୁ ୮ରେ ଓ ୮ଟାରେ ଦେଇଥିବା ଲାଇନ କୁ ସକାଳ୬ରେ ପାଣି ଯୋଗାଇ ଆସୁଛନ୍ତି । ପ୍ରାୟ ୨୦ଦିନ ହେବ ପାନୀୟ ଜଳ ଯୋଗାଇବାରେ ଅବ୍ୟବସ୍ଥା ଦେଖାଦେଉଛି । ଯେଉଁ ଲାଇନର ପାଳି ସକାଳ ୬ଟାରେ ରହିଛି ସେହି ଲାଇନ କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ପୁଣି ଯେଉଁ ଲାଇନ ର ପାଳି ୮ଟା ରେ ରହିଛି ସେହି ମାନଙ୍କୁ ଦିନ ୧୦ରୁ୧୧ମଧ୍ୟରେ ଯୋଗା ଯାଉଛି । ସେଥିପାଇଁ ଜନ ଅସନ୍ତୋଷ ଦେଖା ଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ହେଉଥିବା ଯୋଗୁଁ ଦିନ୧୦ଟା ସମୟରେ ଯଦି ପାଣି ଛଡା ଯିବ ତାହା ହେଲେ ଲୋକଙ୍କ ଅବସ୍ଥା କଣ ହେଉଥିବ | ସେହି ମଧ୍ୟରେ ପୁଣି ବିଦ୍ୟୁତ ଚାଲି ଗଲେ ପୁଣି ପାଣି ଛାଡିବାରେ ବିଳମ୍ବ ହେଉଛି । ପାଣି ଛାଡିବା ବିଳମ୍ବ କାହିଁକି ହେଉଛି ବୋଲି ପଚାରିବାରୁ ସେମାନେ କହୁଛନ୍ତି । ପାଣି ଟାଙ୍କିକୁ ଚଢାଇବା ପରେ ଗ୍ରାମକୁ ଯୋଗାଇ ଦିଆଯାଉଛି । ଟାଙ୍କିରେ ପାଣି ରହୁନାହିଁ ତାହା ଲିକେଜ ରହିଥିବାରୁ ଲୋଡ଼ କରିଥିବା ପାଣି ବାହାରି ଯାଉଛି ।ତେଣୁ ଯେତେବେଳେ ସେତେବେଳେ ପାଣି ଟାଙ୍କି କୁ ଚଡ଼ାଇବା ପରେ ଛଡା ଯାଉଛି ବୋଲି ରାମବାକୁ କହିଛନ୍ତି । ଏହାକୁ ନେଇ ଲମ୍ବତା ସାହିର ଲୋକେ ପାଣି ନ ପାଇ ବ୍ଲକ କାର୍ଯ୍ୟାଳୟକୁ ଘେରି ଥିଲେ । ଉକ୍ତ ବିଷୟ କୁ ନେଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ମୋ କଥା କେହି ଶୁଣୁନଥିବା କହିଥିଲେ । ଏହାପରେ ପଞ୍ଚାୟତ ଅଧିକାରୀ ଗଗନ ବିହାରୀ ପାଲାକା ,ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ । ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସଦରର ପାନୀୟ ଜଳ ସମସ୍ୟା କୁ ଦୂର କରିବା ପାଇଁ ସଦରବାସୀ ଦାବି କରିଛନ୍ତି ।