ପୁରା ଖବର ବିଷୟରେ



ଅଭିଯୋଗ ପରେ ସାର ଫେରିଯାଇଛି ନିଗମ କୁ

Jun 19 2024 10:37AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ସାର ବଣ୍ଟନ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ ଓ ନିଗମ ମଧ୍ୟରେ ତାଳମେଳ ରହୁନଥିବା ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଜିଲାସ୍ତରୀୟ ଅଧିକାରୀ ମାନେ ଆସି ତଦନ୍ତ କରିଥିବା ଜଣାପଡ଼ିଛି । ଜିଲ୍ଲାସ୍ତରୀୟ କୋ- ଅପରେଟିଭ ସୋସାଇଟି ର ଆସିଷ୍ଟାଣ୍ଡ ରେଜିଷ୍ଟ୍ରର ଜନ୍ମେଜୟ ମହାପାତ୍ର ଓ କୋ-ଅପରେଟିବ ସୋସାଇଟି ସଭ ଆସିଷ୍ଟାଣ୍ଡ ରେଜିଷ୍ଟ୍ରର ଭବାନୀ ଶଙ୍କର ଦାସ ଦୁହେଁ ଆସିବା ପରେ ଅଭିଯୋଗ କାରୀ ମାନେ ଆସି କେଉଁ କାରଣରୁ ଲ୍ୟାମ୍ପ କୁ ୧୫ଟି ଟ୍ରକରେ ସାର ଆସିଥିଲା । ସେଥିରୁ ୬ ଟି ଟ୍ରକ ବଜାରରେ ଥିବା ବ୍ୟବସାହି ମାନଙ୍କୁ ପଠାଇ ଥିବା ବେଳେ ଲ୍ୟାମ୍ପ ରେ ମାତ୍ର ଗୋଟିଏ ଗାଡିର ସାର ଓହ୍ଲେଇଥିଲେ । ବଳକା ୮ ଟି ଟ୍ରକର ସାର ଲ୍ୟାମ୍ପ ସମ୍ମୁଖରେ ଆଜକୁ ତିନିଦିନ ଧରି ରହିଛି । ଏହାର ସଠିକ ତଦନ୍ତ କରିବା ସହ ବଜାରରେ ଦେଇଥିବା ବ୍ୟବସାୟୀ ଙ୍କ ଠାରୁ ସାର ଅଣାଯାଉ ବୋଲି ଅଞ୍ଚଳବାସି ଅଡିବସିଥିଲେ। ଏହା ପରେ ଲ୍ୟାମ୍ପ ଅଧିକାରୀ ସହ ଆଲୋଚନା କରି ଉକ୍ତ ଗାଡି ଗୁଡିକ ଜିଲା ସାର ନିଗମ କୁ ଫେରାଇ ନେଇଥିବା ଜଣାପଡିଛି | ତେବେ ଏହି ସାର ଗାଡି ସାର ନିଗମ କୁ ଫେରାଇ ନେଇ ଯାଇଛନ୍ତି ନା କଳା ବଜାରୀ କରିଦେଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଏହାକୁ ଭିଜିଲାନ୍ସ ପକ୍ଷରୁ ସଠିକ ତଦନ୍ତ କରାଯାଉ ବୋଲି କୁମାର ସ୍ୱାମୀ କୌଶଲ୍ୟା କହିଛନ୍ତି |