ପୁରା ଖବର ବିଷୟରେ



କନ୍ଧକୁଳ ସମାଜ ଦ୍ୱାରା ନୂତନ ବ୍ଲକ ସଭାପତି ଚୟନ

Jun 18 2024 10:02AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ କନ୍ଧ କୂଲ ସମାଜ ତରଫରୁ ଭାତପରିସି ଆମ୍ବ ତୋଟା ଠାରେ ନୂତନ ସଭାପତି ଚୟନ ପ୍ରକ୍ରିୟା ସରିଯାଇଛି। କଲ୍ୟାଣ ସିଂହପୁର କନ୍ଧ କୂଲ ସମାଜ ପୁର୍ବତନ ସୋଭାପତି ରଘୁନାଥ ନିଶିକା ଙ୍କ ବିୟୋଗ ପରେ ସଭାପତି ସ୍ଥାନ ଖାଲି ପଡ଼ିଥିଲା। ଫଳରେ ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ କରିବା ପାଇଁ ସଭାପତି ନ ଥିବାରୁ ସମାଜ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଥିଲା। ତେଣୁ କନ୍ଧକୂଲ ସମାଜର ବ୍ଳକ କର୍ମକର୍ତ୍ତା ସମେତ ବୁଦ୍ଧି ଯିବି,ଉପଦେଷ୍ଟା ବ୍ଳକ ଉପ ସଭାପତି ସମେତ ବ୍ଳକ ର ବିଭିନ୍ନ ପଞ୍ଚାୟତ ର ବ୍ୟକ୍ତି ମାନେ ଉପସ୍ଥିତ ରହି ଗୁରୁ ଦାୟିତ୍ୱ ଭାବେ କଲ୍ୟାଣ ସିଂହପୁର ପୂର୍ବତନ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡାକା ଙ୍କୁ ସଭାପତି ଭାବେ ଚୟନ କରି ଦାୟିତ୍ୱ ପ୍ରଦାନ କରିଛନ୍ତି।ଏହି ସଭାପତି ଦାୟିତ୍ୱ ଗ୍ରହଣ ସଭାରେ କାର୍ଯ୍ୟ କାରିଣୀ ସମ୍ପାଦକ ବିଶ୍ୱନାଥ କାଡ୍ରାକା,ବ୍ଳକ ଉପସଭାପତି ମାନଙ୍କ ମଧ୍ୟରୁ ଧନସିଂ ତିମାକା,ଶଙ୍କର ହୁଇକା,ଉପଦେଷ୍ଟା ଲକ୍ଷ୍ମୀ ପ୍ରାସ୍କା, ଆପାରାଓ କୁଲିସିକା,ବନମାଳି କାଡ୍ରାକା,ପାପନା ପ୍ରାସ୍କା,ଶିବରାମ କାଡ୍ରାକା,କୃଷ୍ଣ କଞ୍ଜାକା,ରାମନାଥ କାଡ୍ରାକା,ଅଶୋକ ବିଡିକା ଓ ଦୀନବନ୍ଧୁ ହୁଇକା ସମେତ ବ୍ଳକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।