ପୁରା ଖବର ବିଷୟରେ



ନୂତନ ଓଡିଶା ନ୍ୟୁଜ ପ୍ରଭାବରେ ଜଳ ଯୋଗାଣ

Jun 18 2024 8:11AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ବିଜୟନଗର ଗ୍ରାମରେ ପାନୀୟ ଜଳ ସମସ୍ୟା ପ୍ରତିବାଦରେ,ପମ୍ପ ହାଉସରେ ତାଲା ପକାଇଥିଲେ ମହିଳା ମାନେ | ଉକ୍ତ ଘଟଣାକୁ ବିଭିନ୍ନ ନୂତନ ଓଡିଶା ନିଉସ ରେ ପ୍ରକାଶ ପାଇବା ପରେ ପଞ୍ଚାୟତ ତରଫରୁ ଟ୍ରାକ୍ଟର ଯୋଗେ ପାଣି ଟାଙ୍କି ଓ ମେକ୍ସ ପିକପ ଭ୍ୟାନ ରେ ପାଣି ଟାଙ୍କି ଦ୍ୱାରା ବିଜୟନଗର ଗ୍ରାମକୁ ପାଣି ଯୋଗାଇଦିଆଯାଉଛି । ଯେତେ ଦିନ ଧରି ବୋରୱେଲ ମରାମତି ନ ହୋଇ ପାଣି ଯୋଗାଇଦିଆଯାଇ ନାହିଁ ସେହି ଦିନ ପର୍ଯ୍ୟନ୍ତ ଟାଙ୍କି ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ପ୍ରକାଶ ଥାଉକି ପ୍ରାୟ ୩ ମାସ ହେବ ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଏହାକୁ ନେଇ ପଞ୍ଚାୟତ ଅଧିକାରୀ ଠାରୁ ସରପଞ୍ଚ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଦେବା ସହ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି ହେଲେ କର୍ଣ୍ଣ ପାତ କରୁନଥିଲେ । ଗତ କାଲି ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ବିଜୟନଗର ପମ୍ପ ହାଉସରେ ତାଲା ପକାଇ ଦେଇଥିଲେ । ନୂତନ ବୋରୱେଲ ଖନନ କରି ସେଥିରେ ନୂତନ ପାଇପ ଲାଇନ ସଂଯୋଗ କରି ପାଣି ଯୋଗାଇଦେବା ପାଇଁ ଦାବି କରିଥିଲେ ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବାକୁ ପଛାଇବୁ ନାହିଁ ବୋଲି ଗ୍ରାମର ମହିଳା ପୁରୁଷ ମାନେ ଚେତାବନି ଦେଇଥିଲେ |