ପୁରା ଖବର ବିଷୟରେ



ଶଳା ଜୁଆଇଁ ଦୁର୍ଘଟଣାରେ ଗୁରୁତର

Jun 16 2024 10:54PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ବୁଡ଼ାଗୁଡା ପଞ୍ଚାୟତରେ ଭାରସାମ୍ୟ ହରାଇ ବାଇକରୁ ପଡି ଦୁଇ ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଆଜି ସୁନାଖଣ୍ଡି ପଞ୍ଚାୟତ ମନେଇଗୁଡା ଗ୍ରାମର ଦୁଇ ଜଣ ଜୁଇ ମୁକେଶ ପ୍ରାସ୍କା ଓ ଶାଳକ ଗଜେନ୍ଦ୍ର ପ୍ରାସ୍କା ଗୋଟିଏ ବାଇକ ରେ ସେରିଗୁମ୍ମା ପଞ୍ଚାୟତର ଭାଲୁମାସ୍କା ଯାଇ ଫେରିବା ବେଳେ ବୁଡ଼ାଗୁଡା ଗ୍ରାମ ପାର୍ଶ୍ୱରେ ଭାରସାମ୍ୟ ହରାଇ ବିଲ ଭିତରକୁ ବାଇକ ପସି ଯାଇଥିଲା । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇ ପଡିରହିଥିଲେ । ଉକ୍ତ ଅଞ୍ଚଳର କିଛି ଲୋକ ଦେଖି ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ର ହାବିଲଦାର ବଳରାମ ବେହେରା ସହିତ ତାଙ୍କ ଦଳ ପହଞ୍ଚି ଦୁଇ ଜଣ ଆହତଙ୍କୁ ଉଦ୍ଧାର କରି କଲ୍ୟାଣ ସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛନ୍ତି |