ପୁରା ଖବର ବିଷୟରେ



କୁଲର ଲଗାଇବା ହେଲା କାଳ

Jun 15 2024 1:49PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ଥାନା ଶିକରପାଇ ପଞ୍ଚାୟତ କୋଟଲାଙ୍ଗ ଗ୍ରାମର ଅର୍ଜୁନ ଗାଣ୍ଟାଙ୍କ ପୁଅ ଟୁନା ଗାଣ୍ଟା iଆଜି ସକାଳ ୯ : ୩0 ମିନିଟ ସମୟରେ ନିଜ ଘରେ ଥିବା ପୁରୁଣା କୁଲର ଲଗାଇବାକୁ ଯାଇ ବିଦୂତ ଆଘାତ ଯୋଗୁଁ ବିଦୂତ ବୋର୍ଡ ପାଖେ ପଡିଯାଇଥିଲେ | ଏହାକୁ ନିଜ ଘରଲୋକ ଓ ସମ୍ପର୍କୀୟ ମାନେ ଦେଖି ତୁରନ୍ତ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସତ୍ୟଜିତ ଦାସ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘୋଷଣା କରିଥିଲେ | ଖବର ପାଇ କଲ୍ୟାଣ ସିଂହପୁର ଥାନା ଅଧିକାରୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଥିତି ଅନୁଧ୍ୟାନ ସହ ଶବକୁ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି |