ପୁରା ଖବର ବିଷୟରେ



ଜ୍ୟୋଷ୍ଠ ଘଣ୍ଟ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Jun 15 2024 1:45PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ମୋହକୁମାରେ ଆସନ୍ତା ୧୭ ତାରିଖ ଠାରୁ ଘଣ୍ଟ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି। ଉକ୍ତ ଘଣ୍ଟ ପର୍ବ ନିମନ୍ତେ ସଦର ପଞ୍ଚାୟତ ର ସରପଞ୍ଚ ବାର୍ଲି ଗୌତମ ଙ୍କ ସଭାପତିତ୍ବ ରେ ଆୟୋଜନ ବୈଠକରେ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହି ଘଣ୍ଟ ପର୍ବ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯିବ ବୋଲି କହିଛନ୍ତି। ଏହି ଘଣ୍ଟ ପର୍ବ ସମ୍ପନ ଦ୍ବାରା କଲ୍ୟାଣସିଂହପୁର ଅଞ୍ଚଳ ବାସୀ ଙ୍କ ପାଇଁ ଶୁଭ ମୋୟ ହେବା ନିମନ୍ତେ ୯ ଦିନ ଧରି ପାଳନ କରାଯାଏ । ଏହି ଘଣ୍ଟ ପର୍ବ ପାଳନ କରାଯିବା ଦ୍ଵାରା କଲ୍ୟାଣସିଂହପୁର ଅଞ୍ଚଳରେ ଭଲ ବର୍ଷା,ଭଲ ଚାଷ ଓ ରୋଗ ବେମାର ଇତ୍ୟାଦି ଦୂର ହୁଏ ବୋଲି ଅଞ୍ଚଳବାସିଙ୍କ ବିଶ୍ୱାସ ରହିଛି। ଏହି ପ୍ରସ୍ତୁତି ବୈଠକ ରେ କଲ୍ୟାଣ ସିଂହପୁର ପଞ୍ଚାୟତ ର ପୁର୍ବତନ ସରପଞ୍ଚ ନାଗଭୂଷଣ ତାଡିଙ୍ଗି, କଲ୍ୟାଣସିଂହପୁର `କ' ଜୋନ ର ଜିଲାପରିଷଦ ବି ୱାରା ପ୍ରସାଦ ରାଓ ସମେତ ଗ୍ରାମର ଭଦ୍ର ବ୍ୟକ୍ତି ଭାବେ ପାଲକୁଣ୍ଡା ରାମୁଲୁ ସହ ଅନେକ ଗ୍ରାମବାସି ଉପସ୍ଥିତ ରହିଥିଲେ।