ପୁରା ଖବର ବିଷୟରେ



ବଜ୍ରାଘାତରେ ବିଜୁଳି ବିଭାଗ କର୍ମଚାରୀ ଆହତ

Jun 14 2024 2:57PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧମୁଣିପଙ୍ଗା ପଞ୍ଚାୟତ ଅଧିନସ୍ଥ ଅଡାବାଡ଼ି ଗ୍ରାମର ଲିଙ୍ଗାରାଜୁ କରକରିଆଙ୍କ ବଡ଼ ପୁଅ ମୋନଜ କରକରିଆ ବିଜୁଳି ବିଭାଗରେ କାର୍ଯ୍ୟରତ ଥିଲେ | ଆଜି ପବନ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷା ଯୋଗୁଁ କଲ୍ୟାଣ ସିଂହପୁର ଜଗନ୍ନାଥ ପ୍ରାଙ୍ଗଣ ପାଖରେ ଥିବା ବରଗଛ ପାର୍ଶ୍ଵରେ ବଜ୍ରାଘାତ ଫଳରେ ମନୋଜ କରକରିଆ ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କଲ୍ୟାଣ ସିଂହପୁର କୁ ପଠାଇଥିଲେ | ଏଠାରେ କାର୍ଯ୍ୟରତ ଡାକ୍ତର ଅନୁଭବ ସାହୁ ମନୋଜ କୁ ଡାହାଣ ପିଛା ରେ ଅତ୍ୟଧିକ ଆହତ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ମୁଖ୍ୟ ଚିକିତ୍ସାଳୟ ରାୟଗଡା କୁ ପଠାଇଦେଇଥିଲେ |