ପୁରା ଖବର ବିଷୟରେ



ଆସନ୍ତା 16 ତାରିଖରେ ହେବ ରଜ ମହୋତ୍ସଵ କାର୍ଯ୍ୟକ୍ରମ ଯୋଗଦେବେ ନବନିର୍ବାଚିତ ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି |

Jun 9 2024 9:26PM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସଵ 2024 ପାଳନ ହେଉଥିବା ଅବସରରେ ବିଭିନ୍ନ ଗ୍ରାମ ଓ ସାହି ସାହିରେ କୁଆଁରୀ କନ୍ୟା, ମା, ବହୁଙ୍କୁ ନେଇ ଓଡ଼ିଶାର ଅନେକ ପାରମ୍ପାରିକ କ୍ରୀଡ଼ା ଯଥା ପୁଚି, ଦୌଡ଼ି ଡିଆଁ, ରଙ୍ଗୋଲି, ଲକ୍ଷ୍ୟ ବଲ ଫିଙ୍ଗା ସହ ଗୀତ, ନୃତ୍ୟ ଓ କୁଇଜ ପ୍ରତିଯୋଗିତା ଚାଲିଥିବା ଅବସରରେ ରବିବାର ଦିନ ତା 09/06/24 ରିଖରେ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିନିସ ପୁର ସହୀଦ ପୀଠ ସ୍ଥଳ ପର୍ଯ୍ୟନ୍ତ ମିନି ମାରାଥନ (ଗଣ ଦୌଡ଼ ) ର ଆୟୋଜନ କରାଯାଇଥିଲା | ଏଥିରେ ଅନେକ ସ୍ଥାନୀୟ ବହୁ ଯୁବକ ଅଂଶଗ୍ରହଣ କରିଥିଲେ ଏବଂ ଶେଷରେ ବିନିସପୁର ସହୀଦ ପୀଠ ଠାରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କ ସ୍ମୁତିଚାରଣ କରାଯାଇଥିଲା ଆଜିର ଏହି ମିନି ମାରାଥନରେ ବିଜେତା ହୋଇଥିବା ତିନି ପ୍ରତିଯୋଗୀଙ୍କୁ ଆସନ୍ତା ତା 16/06/24 ରିଖ ଦିନର ବିଶେଷ ରଜ ମହୋତ୍ସଵ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦେଇଛନ୍ତି | ମିନି ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି,ସନ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛା ଏବଂ ସମାଜସେବୀ ଶିବ ଆଚାରି, ସୁରେନ୍ଦ୍ର କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ | ଏହା ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ଓ ଶ୍ରୀ ଗୁଗଲ ପାଠଶାଳା କଲ୍ୟାଣସିଂହପୁର ଦ୍ୱାରା କାର୍ଯ୍ୟକ୍ରମ ହେଉଥିବା ବେଳେ ଶ୍ରୀ କାର୍ତିକ ନାଏକ ପରିଚାଳନା ଦାୟିତ୍ୱରେ ରହିଛନ୍ତି । ପ୍ରଥମ ଥର କଲ୍ୟାଣସିଂହପୁର ବ୍ଲକ ରେ ଏଭଳି କାର୍ଯ୍ୟକ୍ରମ ହେଉଥିବା ଦେଖି ସ୍ଥାନୀୟ ଜନ ସାଧାରଣ ବେଶ ଉଚ୍ସାହିତ ଥିବାର ଦେଖିବାକୁ ମିଳିଛି।