ପୁରା ଖବର ବିଷୟରେ



ନୂତନ ଓଡିଶା ନ୍ୟୁଜ ର ପ୍ରଭାବ ରେ ମିଳିଲା ସହାୟତା ରାଶି

Jun 9 2024 9:29AM
( ପଦ୍ମନ ଭତ୍ରା ଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ପଞ୍ଚକୋଡ଼ି ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଡ଼ଙ୍ଗରିଆ କନ୍ଧ ସୁନ୍ଦରା କାଡ୍ରାକାଙ୍କ ପୁଅ ବଦରୁ କାଡ୍ରାକା ଙ୍କ ଘର ଗତ ୫ ତାରିଖରେ ଭାଙ୍ଗିଥିବା ଘଟଣା ନୂତନ ଓଡିଶା ନ୍ୟୁଜ ରେ ପ୍ରସାରଣ କରାଯାଇଥିଲା | ପ୍ରସାରଣ ପରେ ଏକ ସଂସ୍ଥାର ରିଲିଫ ପାଣ୍ଠି ତରଫରୁ ୩୦୦୦ (ତିନି ହଜାର ) ଟଙ୍କା ସହାୟତା ରାଶି ଶ୍ରୀ ବଦରୁ କାଡ୍ରାକାଙ୍କୁ ପ୍ରଦାନ କରାଯାଇଛି | ଏହି ସହାୟତା ରାଶି ପ୍ରଦାନ ସମୟରେ ପାର୍ସାଲି ପଞ୍ଚାୟତ ପଞ୍ଚକୋଡ଼ି ଗ୍ରାମର ଗ୍ରାମବାସି,ପାର୍ସାଲି ସରପଞ୍ଚ ଶ୍ରୀମତୀ ଲଷ୍ମୀ କାଡ୍ରାକା,ପ୍ରମୋଦ ଶିକକା,ପୂର୍ବତନ ସରପଞ୍ଚ ବାମ କାଡ୍ରାକା ସମେତ କଲ୍ୟାଣ ସିଂହପୁର ଏକ ଦୈନିକ ଖବର କାଗଜର ପ୍ରତିନିଧି ନରସିଂହ ନାଥ ମହାପାତ୍ର ରହିଥିଲେ | ପ୍ରକାଶ ଥାଉକି ଗତ ଚାରି ତାରିଖ ବିଳମ୍ବିତ ରାତିରେ ପଞ୍ଚକୋଡ଼ି ଗ୍ରାମ ରେ ହାତୀ ପଲ ପଷି ବଦରୁ କାଡ୍ରାକା ଙ୍କ ଘର କାନ୍ଥଭାଙ୍ଗି ଖାଦ୍ୟପଦାର୍ଥ ନଷ୍ଟ କରିବା ସହ ଗୋଟିଏ ବ୍ୟାଗରେ ଥିବା ଆଧାର କାର୍ଡ ବ୍ୟାଙ୍କ ପାସ୍ ବୁକ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ରକୁ ଖାଇବା ସହ ଫିଙ୍ଗା ଫିଙ୍ଗି କରିଦେଇଥିଲେ | ଏହାକୁ ବନ ବିଭାଗ ଓ ରାଜସ୍ବ ବିଭାଗ ତରଫରୁ କ୍ଷୟକ୍ଷତି ର ଅକାଳନ କରି ସରକାର ଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି | ବର୍ତମାନ ଉକ୍ତ ଗ୍ରାମପାର୍ଶ୍ଵ ପାହାଡ଼ ଉପରେ ହାତୀପଲ ରହିଥିବାରୁ ଗ୍ରାମରୁ କୌଣସି ଲୋକ ବାହାରକୁ ଯିବାକୁ ଡରୁଛନ୍ତି |