ପୁରା ଖବର ବିଷୟରେ



କାଳ ବୈଶାଖି ଫଳରେ ବଜ୍ରପାତ ଖେଳ |

Jun 7 2024 10:16AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ମାଝିଗୁଡା ପଞ୍ଚାୟତ ପିପଲ ଗୁଡ଼ା ଝାଂକେରି ପାର୍ଶ୍ୱ ପଡିଆରେ ଗାଈ ପୋଲ ଠିଆ ହୋଇଥିବା ବେଳେ ସନ୍ଧ୍ୟା 4:00 ଘଣ୍ଟିକା ସମୟରେ ପ୍ରବଳ ପବନ ବୋହି ଘଡଘଡ଼ି ବିଜୁଳି ମାରିବାରୁ ଲଷ୍ମୀପୂର ଗ୍ରାମର ଗୋପୀନାଥ କାଶିଙ୍କ ବଳଦ ଓ ପିପିଲିଗୁଡା ଗ୍ରାମର କାଡ୍ରାକା ରାମଙ୍କ ଗାଈ ଉପରେ ବଜ୍ରଘାତ ଜଗୁଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି | ଏହି ଘଟଣାର ଖବର ପାଇ ମାଝିଗୁଡା ସର୍କିଲ ରାଜସ୍ୱ ନିରୀକ୍ଷିକା ନମିତା ରାଣି ଗମାଙ୍ଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରିଛନ୍ତି କି ଉଭୟ ଗାଈ ଓ ବଳଦ ମିଶି ପଚାଶ ହଜାର ହେଇପାରେ | ଏହା ପରେ କଲ୍ୟାଣ ସିଂହ ପୁର ର ପ୍ରାଣୀଧନ ନିରୀକ୍ଷକ (ଏଲ ଆଇ ), ଓ କଲ୍ୟାଣ ସିଂହପୁର ପ୍ରାଣୀ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ ଓ ତାଙ୍କ ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଗାଈ,ବଳଦ ମାନଙ୍କ ଶବ ବ୍ୟବଛେଦ ପରେ ଗାତ ଖୋଲାଇ ପୋତି ଦେଇଥିବା ଖବର ଆସିଛି |