ପୁରା ଖବର ବିଷୟରେ



ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ

Jun 6 2024 10:14AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡା ସହରର ସ୍ଥାନୀୟ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ପରିସରରେ ସକାଳ ସମୟ ଘ.୮.୩୦ମି ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ “ବିଶ୍ବ ପରିବେଶ ଦିବସ” ପାଳନ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ପ୍ରଣ୍ଟ ଅଫିସ ରିଟେନର ଶ୍ରୀ କିଶୋର ସାହୁ, ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଏବଂ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଭାଇସ୍ ପ୍ରିନ୍ସିପାଲ, ଛାତ୍ର ଛାତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ସ୍ଥାନୀୟ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ କରାଯାଇଥିଲା I ସେହି ସ୍କୁଲ ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା, ଶ୍ରୀ କିଶୋର ସାହୁ ଓ ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଏବଂ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଭାଇସ୍ ପ୍ରିନ୍ସିପାଲ ଙ୍କ ଉପସ୍ଥିତ ରେ “ବିଶ୍ବ ପରିବେଶ ଦିବସ” ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନେ “ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜ ନିଜ ର ଅଭିଭାଷଣ ବ୍ୟକ୍ତ କରିଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଲା ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା I ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ଟ୍ରଫି ସହିତ ସାଟିଫିକେଟ ବଣ୍ଟନ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ଓ ଓକିଲ ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I