ପୁରା ଖବର ବିଷୟରେ



ନିୟମଗିରି ଅଞ୍ଚଳ ପଞ୍ଚକୋଡ଼ି ଗ୍ରାମରେ ହାତୀ ଆତଙ୍କ |

Jun 6 2024 10:10AM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୁ ଲାଗି ରହିଛି ନିୟମଗିରି ପାହାଡ଼ | ଏହି ପାହାଡ଼ ସବୁଜିମା ଗଛଲତାରେ ପରିପୂର୍ଣ୍ଣ ଥିବା ବେଳେ ବନ୍ୟଜନ୍ତୁଙ୍କ ଆଶ୍ରୟ ନିମିତ୍ତ ଅନେକ ସ୍ଥାନ ରହିଅଛି | ପରିତାପର ବିଷୟ ଏହା କି ସରକାର ନିୟମଗିରି ଅଞ୍ଚଳବାସିଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନାଁ ରେ ଯାତାୟାତ ନିମନ୍ତେ ରାସ୍ତାଘାଟ ର ସୁବିଧା ପ୍ରଦାନ କରୁଛନ୍ତି ଏହିପରିପେକ୍ଷୀରେ ଜଙ୍ଗଲ ଓ ଗଛଲତା ଧିରେ ଧିରେ ଲୋପା ପାଇବାରେ ଲାଗିଛି | ଏଣୁ ବନ୍ୟପ୍ରାଣୀ ସବୁ ଜନବସତି ମୁହାଁ ହେବାରେ ଲାଗିଛନ୍ତି | ଏପରି ସ୍ଥଳେ ଗତକାଲି ରାତିରେ ପାର୍ସାଲି ପଞ୍ଚାୟତ ପଞ୍ଚକୋଡ଼ି ଗ୍ରାମରେ ହାତୀ ପୋଲ ଆସି ପହଞ୍ଚିଥିଲେ | ଉକ୍ତ ଗ୍ରାମର ବଦରୁ କାଡ୍ରାକାଙ୍କ ଘର କାନ୍ଥଭାଙ୍ଗି ଘରଭିତରେ ପୋଷି ଘରେଥିବା ଧାନ,ମାଣ୍ଡିଆ,କସଲା,ଚାଉଳ ଖାଇବା ସହ ଘରର ଆସବାବ ପତ୍ର ଗୁଡିକୁ ଦୋଳିଚକଟି ନଷ୍ଟ କରିଦିଇଥିଲେ | ଏତିକି ବେଳେ ଲୋକେ ସବୁ ନିଦରୁ ଉଠି ପ୍ରଥମେ ଦୌଡ଼ି ଥିଲେ ଓ ତାପରେ ଏକାଠି ହୋଇ ନିଆଁ ଜଳାଇ ହାତୀ ପୋଲଙ୍କୁ ଘୋଡ଼ାଇଥିଲେ | ବହୁକଷ୍ଟରେ ହାତୀ ପୋଲ ଗାଁ ଛାଡ଼ିଥିଲେ | ଏପରି ଅନେକ ଥର ନିୟମଗିରି ଅଞ୍ଚଳରେ ହାତୀ ମାନଙ୍କ ଉପଦ୍ରଵ ହେତୁ କେଁଉଠି ନଳକୂପ ତ କେଁଉଠି ସୋଲାର ପାଇପ ଓ କେଁଉଠି ଅମଳ ପୂର୍ବ ର ଫସଲ ନଷ୍ଟ ହେବାର ନଜିର ରହିଛି | ଅଣୁ ଏହି ଘଟଣା ପ୍ରତି ବିଭାଗିୟ ଅଧିକାରୀ ମାନେ ଜନସଚେତନ କୁ ବ୍ୟାପକ କରିବାକୁ ଅଞ୍ଚଳବାସି ଅନୁରୋଧ କରୁଛନ୍ତି |