ପୁରା ଖବର ବିଷୟରେ



ଉଡିଲା ଛପର ଭାଙ୍ଗିଲା ଘର କାଳ ବୈଶାଖି ରଚିଲା କାଳ |

Jun 5 2024 9:41AM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ କୁମୁଟିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଘଟଣା | ଗତକାଲି ଅପରାହ୍ନ ରେ କାଳ ବୈଶାଖିର କରାଳ ରୂପରେ ଭାଙ୍ଗି ପଡିଛି ଗ୍ରାମର ଶଙ୍କର ହିକକା,ବୈରାଗୀ ହିକକା,ଦୋରା ମେଲାକା ଓ ଇଲାଈ କୁନାକା ଙ୍କ ଘର ଆଜବେଷ୍ଟ ଓ ଟିଣ ସବୁ ଅତ୍ୟନ୍ତ ପବନ ଯୋଗୁଁ ଉଡ଼ାଇଦେଇଛି | ଯାହା ଫଳରେ ଘରେ ରଖିଥିବା ଖାଦ୍ୟପେୟ ଭଳି ନିତ୍ୟ ବ୍ୟବହାଯ୍ୟ ଜିନିଷ ପତ୍ର ସବୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | କାଳ ବୈଶାଖିର ପ୍ରଭାବ ଏପରି ଥିଲା କି ଗାଁ ପାଖରେ ଥିବା ପ୍ରାୟ ପଚାଶ ବର୍ଷ ପୁରୁଣା ଆମ୍ବଗଛ ମୂଳରୁ ଉପାଡ଼ି ପକାଇଦେଇଥିଲା | ଗ୍ରାମର ଲୋକେ ଭୟଭୀତ ହୋଇ ସ୍ଥାନୀୟ ସରପଞ୍ଚ ଙ୍କୁ ଖବର ଦେବାରୁ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ତଦାରଖ ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ ପାଞ୍ଚ କିଲୋ ଲେଖାଏଁ ଚାଉଳ ପ୍ରଦାନ ସହ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି |