ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା କୁ ବହୁବର୍ଷ ପରେ କଂଗ୍ରେସ ର ଅକ୍ତିଆର |

Jun 5 2024 9:38AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ଚଳିତ 2024 ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳ ତାର ପୁରୁଣାଗଡ଼ ଫେରିପାଇଛି କହିଲେ ଅତ୍ୟକ୍ତି ହେବ ନାହିଁ | କାରଣ ବହୁବର୍ଷ ପରେ ଚଳିତଥର କଂଗ୍ରେସ ଦଳ ତରଫରୁ ଗୁଣୁପୁର ବିଧାନସଭା ମଣ୍ଡଳୀରୁ ଶ୍ରୀ ସତ୍ୟଜିତ ଗୋମାଙ୍ଗ ନିକଟତର ପ୍ରାର୍ଥୀ ବିଜୁ ଜନତା ଦଳର ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗଙ୍କୁ 29885 ଖଣ୍ଡ ଭୋଟରେ ପଛରେ ପକାଇ ଆଚର୍ଯ୍ୟ ଜନକ ଭାବେ ବିଜୟଲାଭ କରିଛନ୍ତି | ସେମିତିରେ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ମଧ୍ୟ ଶ୍ରୀ ନୀଳମାଧବ ହିକକା ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରାକାଙ୍କୁ 9403 ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି | ପୁଣି ପୂର୍ବତନ କଂଗ୍ରେସ ଗଡ଼ ବଲାଉଥିବା ବିଜେଡି ଦଳ ମହିଳା କାର୍ଡ ଖେଳିଥିବା ରାୟଗଡା ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଶ୍ରୀ କାଡ୍ରାକା ଅପ୍ପଲାସ୍ୱାମୀ ବିଜେଡି ଦଳର ମହିଳା ପ୍ରାର୍ଥୀନୀ ଶ୍ରୀମତୀ ଅନୁସୟା ମାଝିଙ୍କୁ 29186 ଖଣ୍ଡ ଭୋଟରେ ପଛରେ ପକାଇ ବାଜିମାତ କରିଛନ୍ତି | ଆଉ ପୁଣି ଏ ସମସ୍ତ ଖେଳର ଖଳ ନାୟକ ପୂର୍ବତନ କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା ନିଜର ରାଜନୈତିକ ଗୋଟିଚାଳନା କରି ଏ ସବୁ ସମ୍ଭବ ସହ ନିଜେ ମଧ୍ୟ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳର ମହିଳା ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକାଙ୍କୁ 147744 ଭୋଟରେ ପରାସ୍ତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଏହାକୁ ନେଇ ସମଗ୍ର କୋରାପୁଟ ଲୋକସଭା ସାଂସଦ ର ସମସ୍ତ ଜନସାଧାରଣ ଅତ୍ୟନ୍ତ ଉତ୍ସାହିତ ସହ ଅଭିନନ୍ଦନ ଜଣାଇ ବାଣଫଟାଇ ଉତ୍ସବ ପାଳନ କରିଥିଲେ |