ପୁରା ଖବର ବିଷୟରେ



ସହାୟତା ଅପେକ୍ଷାରେ ଦୁଇ ଅସହାୟ ମେଟ୍ରିକ ପାସ ଛାତ୍ର।

Jun 3 2024 7:47AM
ସହାୟତା ଅପେକ୍ଷାରେ ଦୁଇ ଅସହାୟ ମେଟ୍ରିକ ପାସ ଛାତ୍ର। ଜଣେ ଅନାଥ ,ଅନ୍ୟ ଜଣେ ଦିବ୍ୟାଙ୍ଗ (ସୁପ୍ରିୟା ସଡଙ୍ଗିଙ୍କ ରିପୋର୍ଟ ) ଜଣେ ଦିବ୍ୟାଙ୍ଗ । ସେ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ । ଅନ୍ୟ ଜଣେ ଅନାଥ ଆଦିବାସୀ ଛାତ୍ର। ଜଣେ ଚଳିତ ପ୍ରକାଶିତ ମାଟ୍ରିକ୍ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ପାସ ହୋଇ ଉଦାହରଣ ସୃଷ୍ଟି କରିଥିବା ବେଳେ ଅନ୍ୟ ଜଣେ ମେଟ୍ରିକ ପରୀକ୍ଷା ସମୟରେ ଅନାଥ ହୋଇଯାଇଥିଲେ । ପରୀକ୍ଷା ସମୟରେ ଅନାଥ ହୋଇବି ମେଟ୍ରିକ ପାସ କରିଛନ୍ତି ଆଦିବାସୀ ଛାତ୍ର। ଉଚ ଶିକ୍ଷିତ ପାଇଁ ଇଛା ଥିଲେ ମଧ୍ୟ ଗରିବି ସାଜିଛି ବାଧକ । ଇଛା ଶକ୍ତି ଆଗରେ ହାର ମାନିଛି ଅନାଥପଣ ସାଙ୍ଗକୁ ଦିବ୍ୟାଙ୍ଗତା। ଏଭଳି ଦୁଇ ଭିର୍ଣ୍ଣ ଭିର୍ଣ୍ଣ ଚିତ୍ର ଆସିଛି ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟା ଏବଂ କଲ୍ୟାଣି ସିଙ୍ଗପୁର ସିରିପୁର ଅଞ୍ଚଳରୁ। ସିରିପୁର ଗାଁର କମେଶ କାଡ୍ରାକା । ବାପା ଲଛପତି କାଡ୍ରାକା, ମା ସାଲାଇ କାଡ୍ରାକାଙ୍କ ପୁଅ କାମେଶ କାଡ୍ରାକା। ଗତ ଛଅ ବର୍ଷ ପୂର୍ବେ ହୃଦଘାତରେ କାମେଶଙ୍କ ବାପା ଲଛପତି ଆରପାରିକୁ ଚାଲିଗଲେ। କାମେଶଙ୍କ ମା ସାଲାଇ କାଡ୍ରାକା ଆଦିବାସୀ ସମ୍ପ୍ରଦାୟ ଗରିବ ଶ୍ରେଣୀର ହୋଇଥିବାରୁ କୁଲି ମଜୁରୀ କରି ପୁଅକୁ କଷ୍ଟେ ମଷ୍ଟେ ପେଟକୁ ଦାନା ଯୁଗାଡ କରି ଦେଉଥିଲେ। ଏମଧ୍ୟରେ ପୁଅ କାମେଶ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ବିଧିର ବିଡମ୍ବନା କାମେଶଙ୍କ ମା ସଲାଇ କାଡ୍ରାକା ଡାଇବେଟିସ ରୋଗାକ୍ରାନ୍ତ ହୋଇ ଚାରି ମାସ ପୂର୍ବେ ଆରପାରିକୁ ଚାଲିଗଲେ। ମାଙ୍କ ଦେହାନ୍ତ ସମୟରେ ଦଶମ ପରୀକ୍ଷା ରହିଥିଲା କାମେଶଙ୍କ ମୁଣ୍ଡ ଉପରେ । ନାବାଳକ କାମେଶଙ୍କ ମୁଣ୍ଡରେ ପାହାଡ଼ ଛିଡିବା ଭଳି ଦୁଃଖ ରହିଥିଲା। ଫଳରେ ପାଠ ପଢ଼ାରେ ବ୍ୟାଘାତ ଘଟିଲା। ଏଭଳି ସ୍ଥିତିରେ ସମ୍ପର୍କୀୟ ମାମୁ ସମା କୃଷିକା ଏବଂ ମାଇଁ କୁଲି ମଜୁରୀ କରି କାମେଶଙ୍କ ପେଟକୁ ଦୁଇ ଓଳି ଦାନ ମୁଠାଏ ଯୋଗାଉଥିଲେ। କାମେଶ ଅନାଥ ଦୁଃଖ ସହ ଜୁଝୁଥିଲେ ବି ଦଶମ ପରୀକ୍ଷା ଦେଇ ପାସ ହୋଇଛନ୍ତି। କିନ୍ତୁ ଦଶମ ପାସ ହୋଇଥିଲେବି କାମେଶଙ୍କ ଅନାଥପଣ ସାଙ୍ଗକୁ ସମ୍ପର୍କୀୟ ମାମୁ ସମାଙ୍କ ଗରିବୀ କଲେଜ ପାଠକୁ ଅନ୍ଧାରକୁ ଟାଣି ନେଇଛି। ସେହିଭଳି ଅନ୍ୟ ଜଣେ ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟାରେ ରୁହନ୍ତି ଶିବମ ତିୱାରି। ସେ ଜଣେ ଜନ୍ମରୁ ଦିବ୍ୟାଙ୍ଗ । ସେ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ । ତଥାପି ନିଜର ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା ଓ ଆର୍ଥୀକ ଅନଟନ । ତଥାପି ସେ ଚଳିତ ବର୍ଷ ପ୍ରକାଶିତ ମାଟ୍ରିକ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖୀ ଉତିର୍ଣ୍ଣ ହୋଇଛନ୍ତି। ଆଗକୁ ଉଚ ଶିକ୍ଷା ପାଇଁ କଲେଜରେ ନାମ ଲେଖାଇ ପଡିବା ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ବାପାଙ୍କ ମୃତ୍ୟୁ ପରେ ମାଆ କଷ୍ଟ କରି ଲୁଗା ଦୋକାନରୁ ଯାହା ଉପାର୍ଜନ କରନ୍ତି ସେଥିରେ ଦୋକାନ ଓ ଘର ଭଡା ଦେଇ ଘର ଚଳାଇବା କଷ୍ଟକର । ସେଥିରେ ପୁଣି ବଡ ପୁଅ ଡିପ୍ଲୋମା ପଡୁଥିବା ବେଳେ ଏବେ ସାନ ପୁଅକୁ କଲେଜରେ ନାମ ଲେଖାଇବା ପାଇଁ ମାଆଙ୍କ ପକ୍ଷେ କଷ୍ଟକର ବୋଲି ଶିଭମ୍‌ଙ୍କ ମାଆ ଆରତି ତିଓାରୀ ଓ ଭାଇ ରାଜା ତିୱାରି କହିଛନ୍ତି । ଆରତୀଙ୍କ ସ୍ୱାମିଙ୍କ ମୃତ୍ୟୁ ପରେ ସେ ବହୁ କଷ୍ଟରେ ଦିନ ରାତି ପରିଶ୍ରମ କରି ନିଜ ଘର ଚଳାଇବା ସହ ଦୁଇ ପୁଅଙ୍କୁ ପାଠ ପଡାଇ ଆସିଛନ୍ତି । ହେଲେ ଆଗକୁ ଆଉ ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ଗୋଟିଏ ପଟେ ଶିଭମ୍‌ଙ୍କର ଜିଦ୍ ଯେ ସିଏ ଆଗକୁ ପାଠ ପଡିବେ ଅନ୍ୟପଟେ କାମେଶଙ୍କ ପାଠ ପଢିବାକୁ ଆଗ୍ରହ।ଦୁହିଁଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାର,ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଡାଇବା ପାଇଁ ଶିଭମ୍‌ଙ୍କ ଭାଇ ଓ ଅନାଥ କାମେଶଙ୍କ ପଡୋଶୀ ନିବେଦନ କରିଛନ୍ତି l ଏଭଳି ଖବର ପାଇ ରାୟଗଡ ନାଗରିକ ମଞ୍ଚ,ଜିଲ୍ଲା ସାମ୍ବାଦିକ ସଙ୍ଘ,ସକ୍ଷମ ଅନୁଷ୍ଠାନ ତରଫରୁ ସମାଜ ସେବୀ ତଥା ବରିଷ୍ଟ ସାମ୍ବାଦିକ ଡ଼ଃ ବାଦଲ ତାଙ୍କ ନେତୃତ୍ୱରେ ସକ୍ଷମ ଅନୁଷ୍ଠାନ,ଜିଲ୍ଲା ସାମ୍ବାଦିକ ସଙ୍ଘ ,ରାୟଗଡ ନାଗରିକ ମଞ୍ଚ ତରଫରୁ ଶ୍ୟାମ ଦାଶ, ଯୁବ ସାମ୍ବାଦିକ ତପନ କୁମାର କାଡ୍ରାକା,ଯୁବ ସାମ୍ବାଦିକ କୈଳାସ ସ୍ୱାଇଁ,ଅଜୟ କୁମାର ରଥ ପ୍ରମୁଖ କାମେଶ କାଡ୍ରାକା ଏବଂ ଶିବମ ତିୱାରିଙ୍କ ଘରେ ପହଂଚି ସାକ୍ଷାତ କରି ୧୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିବା ସହ ଏହି ତିନଟି ଅନୁଷ୍ଠାନ ମିଳିତ ଉଦ୍ୟମରେ ଜିଲ୍ଲାରେ ରହିଥିବା ତିନଟି ଶିଳ୍ପ ଅନୁଷ୍ଠାନ ଏବଂ ସରକାରଙ୍କ ରହିଥିବା ସହାୟତା ପ୍ରଦାନ କରିବାକୁ ପ୍ରୟାସ ରହିବ ବୋଲି କହିଛନ୍ତି ଡ଼ଃ ବାଦଲ ତା।