ପୁରା ଖବର ବିଷୟରେ



ପୋଲ ଉପରୁ ଖସି ବାଳକ ଗୁରୁତର

Jun 2 2024 7:44AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ପୋଲ ଉପରୁ ଖସି ବାଳକ ଚିନ୍ତାଡି ମୁନା ୧୨ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଆଜି ଅପରାହ୍ନରେ ସଦରମହକୁମା ର ମୁଖ୍ୟ ରାସ୍ତା ଠାରୁ ଦେବଗିରି ଯିବା ରାସ୍ତାରେ ଥିବା ପୋଲ ଉପରେ ବସିଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା ।ଯାହା ଫଳରେ ପୋଲ ତଳେ ଥିବା ଲୁହା ଛଡ଼ ଜଙ୍ଗରେ ବାଜି ଗଭୀର ଆଘାତ ହୋଇଥିଲା ।ଉକ୍ତ ଘଟଣା ସ୍ଥାନୀୟ ଲୋକମାନେ ଦେଖି ସଙ୍ଗେ ସଙ୍ଗେ ଅଗ୍ନି ଶମ ବିଭାଗ କୁ ଯୋଗାଯୋଗ କରିଥିଲେ ।ଅଗ୍ନି ଶମ ବିଭାଗ ର ଅଧିକାରୀ ଜଗଦୀଶ ପ୍ରସାଦ ଖରା ଙ୍କ ନିର୍ଦ୍ଧେଶରେ ବଳରାମ ବେହେରାଙ୍କ ନେତୃତ୍ବରେ ଏକ ଦଳ ବାହାରି ବାଳକକୁ ନାଳରପୋଲ ତଳୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରି ବାଳକ ର ଅବସ୍ଥା ଗୁରୁତର ହୋଇଥିବା ଯୋଗୁଁ ରାୟଗଡା ଚିକିତ୍ସାଳୟ କୁ ପଠାଇଦେଇଥିଲେ ।