ପୁରା ଖବର ବିଷୟରେ



କଲ୍ୟାଣ ସିଂହପୁର ରେ ତାଣ୍ଡବ ରଚିଲା କାଳ ବୈଶାଖି

Jun 1 2024 10:34AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ କାଳ ବୈଶାଖି ଫଳରେ ଉଡିଲା ଛପର ଭାଙ୍ଗିଲା ଗଛ ରାସ୍ତା ଅବରୋଧ ଗାଈ ବଳଦ ମୃତ | କଲ୍ୟାଣ ସିଂହପୁର ବ୍ଲକ ପୋଲମା ପଞ୍ଚାୟତ ଅଞ୍ଚଳ ରେ କଲ୍ୟାଣ ସିଂହପୁର ପୋଲମା ରାସ୍ତାର ସୁନାଖଣ୍ଡି ଗ୍ରାମ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଗଛପଡି ରାସ୍ତା ବନ୍ଧ ଥିବାର ଦେଖିବାକୁ ମିଳିଥିଲା | କନ୍ଧଖାତିପାଡ଼ୁ ପଞ୍ଚାୟତ ଅନ୍ତର୍ଗତ ଅଡୁଗୁଡା ଗ୍ରାମର ଚାରିଗୋଟି ବଳଦ ସହ ଏକ ଗାଈ କୁ କାଳ ବୈଶାଖି ଯୋଗୁଁ ବିଜୁଳି ମାରିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି | ଖବର ନେବାରୁ ଜଣାପଡିଛି କି ଆଜି ଅପରାହ୍ନ ରେ ଗାଈ ଓ ବଳଦ ପୋଲ ଚୋରୁଥିବା ସମୟରେ ହଟାତ ଜୋରରେ ପବନ ସହ ଘଡଘଡି ବିଜୁଳି ଦେଖିବାକୁ ମିଳିଥିଲା | ଉକ୍ତ ମୁହୂର୍ତ୍ତରେ ଅଡୁଗୁଡା ଗ୍ରାମର ବୁଡୁ ଉର୍ଲାକା ଙ୍କ ଗୋଟିଏ ଗାଈ ଗୋପ ହିମିରିକା ଙ୍କ ଦୁଇଟି ବଳଦ ଶିତିଆ ହିମିରିକା ଓ ରାମସିଙ୍ଗ ହିମିରିକା ଙ୍କ ଗୋଟିଏ ଲେଖାଏ ବଳଦର ମୃତ୍ୟୁ ହୋଇଛି | ଏହାର ମୂଲ୍ୟ ଏକଲକ୍ଷ ହେବା ନେଇ ଆକଳନ କରାଯାଇଛି | ଏଥି ସହ ପୋଲିଗାଁ ର ଓଁ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା ବନ୍ଧା ଯାଇଥିବା କୁକୁଡ଼ା ପାଳନ ଗୃହ ପବନ ଦ୍ୱାରା କାନ୍ଥ ପଡ଼ି ସମ୍ପୂର୍ଣ ଟିଣ ଉଡ଼ାଇ ନେଇ ଧନସିଂ ବାଘ ଙ୍କ ଘର ଉପରେ ପଡ଼ି ତାଙ୍କ ଛପର ମଧ୍ୟ ନଷ୍ଟ ହୋଇଯାଇଛି | ଏହାକୁ ପନ୍ଦର ଦିନ ହେବ ନିର୍ମାଣ କରାଯାଇଛି ବୋଲି ଆଜି ପର୍ଯ୍ୟନ୍ତ ଉଦ୍ଘାଟନ ମଧ୍ୟ କରାଯାଇନାହିଁ ବୋଲି ଗୋଷ୍ଠିର ଶୋଭାନେତ୍ରୀ କୁନି କୌଶଲ୍ୟା କହିଛନ୍ତି | ସେହିଭଳି ସୁନାଖଣ୍ଡି ପଞ୍ଚାୟତ ଅଲଜିଙ୍ଗଗୁଡା ଗ୍ରାମର କାମେଶ ବାଗ ଙ୍କ କୋଡିଏ ହଜାର ଟଙ୍କାର ଜର୍ସି ଗାଈକୁ ମଧ୍ୟ ବିଜୁଳି ମାରିବାରୁ ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚି ଛି | ଉପରକ୍ତ ଘଟଣାର ତଦାରଖ ନିମନ୍ତେ ପୂଜାରୀଗୁଡା ସର୍କିଲ ର ରାଜସ୍ବ ନିରୀକ୍ଷକ ରାମଚନ୍ଦ୍ର ଅଚାଯ୍ୟ ଓ ମାଝିଗୁଡ଼ା ସର୍କିଲ ରାଜସ୍ୱ ନିରୀକ୍ଷକ ନମିତା ରାଣି ଗମାଙ୍ଗ ପହଞ୍ଚି କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତଙ୍କୁ ପଲିଥିନ ପ୍ରଦାନ କରିଥିବା ସୂଚନା ମିଳିଛି |