ପୁରା ଖବର ବିଷୟରେ



କଲ୍ୟାଣ ସିଂହପୁର ଦେବଗିରି ମହାବିଦ୍ୟାଳୟ କଳା ବିଭାଗରେ ୨୧୪ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ |

May 27 2024 8:43PM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ଚଳିତ 2023-24 ଶିକ୍ଷା ବର୍ଷର +2 ପରୀକ୍ଷା ଫଳ ରବିବାର ଅପରାହ୍ନ ରେ ପ୍ରକାଶ ପାଇଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସ୍ଥିତ ଦେବଗିରି ମହାବିଦ୍ୟାଳୟ ର କଳା ବିଭାଗ ରେ ସମୁଦାୟ ୨୪୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ | ଏଥି ମଧ୍ୟରୁ ୨୧୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ମହାବିଦ୍ୟାଳୟ କତୃପକ୍ଷ ଦ୍ୱାରା ସୂଚନା ମିଳିଛି | ଆଉ ମଧ୍ୟ କଳା ବିଭାଗ ରେ ରେଗୁଲାର ଭାବେ ୧୧ ଜଣ ପ୍ରଥମ, ୨୫ ଜଣ ଦ୍ୱତୀୟ ଓ ୧୭୮ ଜଣ ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ବେଳେ 30 ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ସୂଚନା ମିଳିଛି ସେହିଭଳି ଏକ୍ସ ରେଗୁଲାର ରୁ ୧୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀ ତୃତୀୟ ସ୍ଥାନରେ ପାସ କରିଛନ୍ତି | ବଳକା ୫ ଜଣ ଫେଲ ହୋଇଥିବା ଦେବଗିରି ମହାବିଦ୍ୟାଳୟ କତୃପକ୍ଷ ଙ୍କ ତରଫରୁ ସୂଚନା ମିଳିଛି | ଏହି ପରୀକ୍ଷାରେ କଲ୍ୟାଣ ସିଂହପୁର ମାଝିଗୁଡା ପଞ୍ଚାୟତ ନିମାଝୋଲା ଗ୍ରାମର ସ୍ବର୍ଗତ ନୀଳାମ୍ବର କଣ୍ଡ|ଗୋରି ଙ୍କ ଦ୍ୱତୀୟ ପୁତ୍ର ବଳରାମ କଣ୍ଡାଗୋରୀ ସମୁଦାୟ ୬୦୦ ମାର୍କ ରୁ ୪୪୯ ମାର୍କ ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି |