ପୁରା ଖବର ବିଷୟରେ



ଦଶମ ଶ୍ରେଣୀ ପରୀକ୍ଷାରେ ବ୍ଲକ ଟପର ତୃପ୍ତିମୟୀ ରାଉତ , ପୁନମ ଖଣ୍ଡୁରିଆ

May 27 2024 10:41AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ)ଚଳିତ ବର୍ଷ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ସମସ୍ତ ୧୪ ଗୋଟି ଉଚ୍ଚ ବିଦ୍ୟାଳୟ ରୁ ମୋଟ ୮୨୯ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷା ଦେଇଥିଲେ | ଏଥି ମଧ୍ୟରୁ ୮୨୯ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି | ଏହି ପରିପେକ୍ଷୀରେ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇ ରୁ ତୃପ୍ତିମୟୀ ରାଉତ ୫୨୫ ମାର୍କ ୮୭.୫ ପ୍ରତିଶତ ପ୍ରଥମ ସ୍ଥାନ ରଖି ବ୍ଲକରେ ଟପର ଭାବେ ପରିଚୟ ସୃଷ୍ଟି କରିଥିବା ବେଳେ ଉକ୍ତ ବିଦ୍ୟାଳୟ ର ସୋମନାଥ ଖଣ୍ଡୁରିୟା ଙ୍କ ଝିଅ ପୁନମ ଖଣ୍ଡୁରିଆ ୪୯୫ ମାର୍କ ୮୨ ପ୍ରତିଶତ ରଖି କଲ୍ୟାଣ ସିଂହପୁର ବ୍ଲକ ରୁ ଦ୍ୱିତୀୟ ଟପର ଭାବେ ସୁନାମ ଅର୍ଜନ କରିଛନ୍ତି |