ପୁରା ଖବର ବିଷୟରେ



କଲ୍ୟାଣ ସିଂହପୁର କଂଗ୍ରେସ ଦଳ ତରଫରୁ ଶୋକସଭା

May 26 2024 1:28PM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର କଂଗ୍ରେସ ଦଳର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଶୋକଶଭା ଅନୁଷ୍ଠିତ ହୋଇଯାଇଛି | କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଡମ୍ବରୁ ଧର ଉଲ୍ଲାକା ଙ୍କ ପରେଲୋକ ହୋଇଯାଇଥିବାରୁ କଲ୍ୟାଣ ସିଂହପୁର ବ୍ଲକ ସୋଭାପତି ସି ଏଚ ନାଗେଶ୍ୱର ରାଓ ଙ୍କ ନେତୃତ୍ୱ ରେ ଗୁଡଲା ପ୍ରସାଦ ରାଓ, କୁମାରସ୍ୱାମି କୌଶଲ୍ୟା, ପ୍ରଶାନ୍ତ ନନ୍ଦ କୌଶଲ୍ୟା ସମେତ ଦଳୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ରେ ସ୍ବର୍ଗତ ଉଲ୍ଲାକା ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ | ଶ୍ରୀ ଉଲ୍ଲାକା ଙ୍କ ବିୟୋଗ ରେ ନିରବ ପ୍ରାର୍ଥନା ପରେ ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ଯେଉଁ ସବୁ ଶୁକର୍ମ ଗୁଡିକ କରିଯାଇଛନ୍ତି ତାହାକୁ ଆଲୋକପାତ କରାଯାଇଥିଲା | ସ୍ବର୍ଗତ ଶ୍ରୀ ଡମ୍ବରୁ ଧର ଉଲ୍ଲାକା ବିଷମକଟକ ନିର୍ବାଚନ ମଣ୍ଡଳୀ ରେ 1972 ମସିହାରେ କଂଗ୍ରେସ ଦଳରେ ଯୋଗଦେଇଥିଲେ | ସେ 1974 ମସିହାରେ ପ୍ରଥମ ଥର କରି କଂଗ୍ରେସ ଦଳ ତରଫରୁ ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଏହିପରି 1977,1980,1985,1995,2004 ଓ 2009 ଭାବେ ନିର୍ବାଚନ ରାଣାଙ୍ଗନ ପାର ହୋଇ ବିଷମକଟକ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସ୍ୱରକୁ ବିଧାନସଭାରେ ଉପସ୍ଥାପନା କରୁଥିଲେ | ଏଥି ମଧ୍ୟରୁ 1985 ମସିହାରେ ତାଙ୍କୁ ଅବକାରୀ,ସହର ଉନ୍ନତିକରଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା | ଉକ୍ତ ମନ୍ତ୍ରୀ ପାହ୍ୟା ସମୟରେ ଓ ଜୀବିତ ସମୟରେ ମଧ୍ୟ ସେ ବହୁ ଲୋକଙ୍କ ହିତକାର୍ଯ୍ୟ କରିଥିଲେ | ତାଙ୍କ ଜନ୍ମ ସ୍ଥାନ କଲ୍ୟାଣ ସିଂହପୁର ସ୍ଥିତ କୋଣ୍ଡାସାହି ହେଲେ ତାଙ୍କୁ କୋଲନରା ବ୍ଲକ ବାଙ୍କିଲି ଗ୍ରାମରେ ଶେଷକୃତ ସମ୍ପନ୍ନ କରାଯାଇଥିଲା |