ପୁରା ଖବର ବିଷୟରେ



ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣ|ମେଣ୍ଟ ଉଦଘାଟିତ |

May 24 2024 1:08PM
(ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କୋରପା ପଞ୍ଚାୟତ ଟିକିରା ଗ୍ରାମରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣ|ମେଣ୍ଟ ଉଦ୍ଘାଟନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଟୁର୍ଣ୍ଣ|ମେଣ୍ଟ ସମୁଦାୟ ସାତ ଟି ଟିମକୁ ନେଇ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ମେଚ ରେ ଇରିପିପୁଟ ଗ୍ରାମ ର ଏ ବି ଇଲେଭେନ ଟିମ ସହ ଟିକିରା ଗ୍ରାମର କିଙ୍ଗ କୋବ୍ରା ଟିମକୁ ନେଇ କୋଡା ଟକର ଦେଖିବାକୁ ମିଳିଥିଲା | ପ୍ରଥମେ ଟିକିରା ଦଳ ଦଶ ଓଭର ଖେଳି ଛୟାନବେ ରୋନ କରିଥିଲେ ସେହିଭଳି ଇରିପିପୁଟ ଦଳ ମଧ୍ୟ ସମାନ ଦଶ ଓଭର ରେ ଛୟାନବେ ରନ କରିଥିଲେ | ଫଳରେ ଉଭୟ ଦଳଙ୍କୁ ସୁପର ଓଭର ପ୍ରଦାନ କରାଯିବା ପରେ ଟିକିରା ଦଳ ଛଅ ଟି ବଲ ରେ ଏଗାର ରନ କରିଥିବା ବେଳେ ଇରିପିପୁଟ ଦଳ ଚାରିଟି ବଲ ରେ ଏଗାର ରନ କରି ବିଜୟ ହାସଲ କରିଥିଲେ | ଏହି ଟୁର୍ଣ୍ଣ|ମେଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମ ରେ କରପା ସରପଞ୍ଚ ସୁକାନ୍ତି କାଡ୍ରାକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ କରପା ପୂର୍ବତନ ସରପଞ୍ଚ ଶ୍ରୀ ସିନ୍ଧୁ କୁଲିସିକା ସନ୍ମ|ନିୟ ଅତିଥି ଙ୍କ ଉପସ୍ଥିତି ରେ ଅଂଚଳର ଅନେକ କ୍ରିକେଟ ପ୍ରେମି ଉପସ୍ଥିତ ରହି ଖେଳର ମଜା ଉପଭୋଗ କରିଥିଲେ |