ପୁରା ଖବର ବିଷୟରେ



ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ବ୍ୟକ୍ତି ପୀଡିତ

May 23 2024 7:22PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡାଗୁଡା ପଞ୍ଚାୟତ କୋଣ୍ଡାକୁରା ଛକ ରେ ଗତ 16.05.2024 ରିଖ ରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଏ ନେଇ ତଦନ୍ତ ନିମନ୍ତେ କଲ୍ୟାଣ ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ବାତେରପଡା ଗ୍ରାମର ପ୍ରମୋଦ ସାହୁ | ପ୍ରମୋଦ ସାହୁ ଙ୍କ ଅଭିଯୋଗ ପ୍ରକାରେ ଗତ ତା 16.05.2024 ରିଖ ଗୁରୁବାର ଦିନ ତାଙ୍କ ବାପା ସିନିବାବୁ ସାହୁ ଓ ପାଇକ ଥୁଆଗୁଡା ଗ୍ରାମର ମୋକରନ୍ଧ ପୂଜାରୀ ଦୁହେଁ ମିଶି ତାଙ୍କ ମାମୁଁ ପୁଅ ବାହାଘର କାଶୀପୁର ଅଞ୍ଚଳ ଗୋଡ଼ିବାଲି ସ୍ଥିତ ଜେରକା ଗ୍ରାମକୁ ଯାଇଥିଲେ | ସେଠାରେ ଭୋଜି ଖାଇ ଘରକୁ ତିନି ଜଣ ଫେରୁଥିବା ବେଳେ କୋଣ୍ଡାକୁରା ଗ୍ରାମ ଛକ ପାଖରେ ଶିକରପାଇ ଆଡୁ AP39TK4889 ନମ୍ବର ବିଶିଷ୍ଟ ଲୁହା ଛଡ଼ ବୋଝେଇ ପିକଅପ୍ ଭ୍ୟାନ ଆସି ମୁହାଁ ମୁହିଁ ଧକା ଦେଇଥିଲା | ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟିବା ସାଙ୍ଗେ ସାଙ୍ଗେ ମୋଟର ସାଇକଲ ଚାଳକ ମୋକରନ୍ଦ ପୂଜାରୀ ଦୁର୍ଘଟଣା ସ୍ଥାନରୁ ଫେରାର ହୋଇଯାଇଥିଲେ | ତାଙ୍କ ବାପାଙ୍କ ଗୋଡ଼ ସମ୍ପୂର୍ଣ ଭାଙ୍ଗି ଯାଇଥିବାରୁ ସେ ତାଙ୍କ ବାପାଙ୍କୁ ଆମ୍ବୁଲାନ୍ସ ସହାୟତା ରେ ରାୟଗଡା ଡାକ୍ତର ଖାନାରୁ ବ୍ରହ୍ମପୁର ବଡ଼ ମେଡିକାଲ ପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ନେଇ ଫେରାଇ ଆଣିବା ପରେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଘରୋଇ ଡାକ୍ତର ଖାନା ମଧ୍ୟ ନେଇ ନିରାଶ ହୋଇ ଫେରାଇ ଆଣିଛନ୍ତି | ବର୍ତ୍ତମାନ ତାଙ୍କ ବାପା ମରଣ ଶଯ୍ୟା ରେ ପଡ଼ିଥିବା ବେଳେ ଉକ୍ତ ଭ୍ୟାନ ମାଲିକ ନିରବ ଥିବା ଦେଖିବାକୁ ମିଳୁଛି | ଥାନାରେ ଅଭିଯୋଗ ପରେ କଲ୍ୟାଣ ସିଂହପୁର ଥାନା କତୃପକ୍ଷ କୋଉଁଭଳି ପଦକ୍ଷେପ ଆପଣାଉଛନ୍ତି ତାହା ଦେଖିବାକୁ ବାକିରହିଲା |