ପୁରା ଖବର ବିଷୟରେ



ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଗୁରୁତର

May 23 2024 8:57AM
ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଗୁରୁତର (ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଛତା ପଦର ବୁଲାଣି ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି | ଏହି ଦୁର୍ଘଟଣା ଏମିତି ଥିଲା କି ଅଳ୍ପକେ ଦୁଇ ଜଣଙ୍କ ଜୀବନ ବର୍ତ୍ତି ଯାଇଛି | ସୂଚନା ଅନୁଯାଇ ଦ୍ରୁତଗତିରେ କଲ୍ୟାଣ ସିଂହପୁର ନିଜ ସଡୁ ଘରୁ ନିଜ ଗାଁ କଳାହାଣ୍ଡି କୁ ଫେରୁଥିଲେ ତୁଷାର ପଟେଲ ଓ ଓମ ପଟେଲ ଏକ ଧଳା ରଙ୍ଗର ଟି ଭି ଏସ ଆପାଚି ମୋଟର ସାଇକଲ ଯୋଗେ ଏତିକି ବେଳେ ସିଙ୍ଗାରି ପଟୁ ଏକ ନମ୍ବର ବିହୀନ ମୋହିନ୍ଦ୍ରା ଟ୍ରାକ୍ଟର ଛତା ପଦର ବୁଲାଣି ପାଖରେ ସାମ୍ନା ସାମ୍ନି ଧକା ହୋଇଥିଲା | ଏହାରୀ ଫଳରେ ମୋଟର ସାଇକଲ ଆରୋହି ଦୁହେଁ ଫିଙ୍ଗି ହୋଇଯାଇଥିଲେ ଉକ୍ତ ସମୟରେ ରାସ୍ତାରେ ଯିବା ଆସିବା ଲୋକେ ତୁରନ୍ତ ଅଗ୍ନି ଶମ ବିଭାଗ କୁ ଖବର ଦେଇଥିଲେ | ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ଜଗଦିଶ ପ୍ରସାଦ ଖରା ଙ୍କ ନିର୍ଦେଶ କ୍ରମେ ଶ୍ରୀ ବଳରାମ ବେହେରା ଓ ତାଙ୍କ ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚାଇଥିଲେ | ଡାକ୍ତର ପ୍ରାଥମିକ ଚିକିତ୍ସା କରି ରାୟଗଡାକୁ ଉଚ୍ଚ ସ୍ତରୀୟ ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଦେଇଛନ୍ତି | ତୁଷାର ପଟେଲ ଙ୍କ ଘର କେସିଙ୍ଗା ଓ ଓଁମ ପଟେଲ ଙ୍କ ଘର ଗୋପାଳପୁର ବୋଲି ଜଣା ପଡିଛି |