ପୁରା ଖବର ବିଷୟରେ



ବିଦୂତ କାଟ ରେ ଜନଜୀବନ ଅସ୍ତ ବ୍ୟସ୍ତ

May 21 2024 9:02AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) କଲ୍ୟାଣ ସିଂହପୁର ଅଞ୍ଚଳରେ କାଳ ବୈଶାଖି ର ତାଣ୍ଡବ ଯୋଗୁଁ ବାରମ୍ବାର ବିଜୁଳି କାଟ ଦେଖିବାକୁ ମିଳୁଛି | ଗତ ପନ୍ଦର ଦିନରୁ ଉର୍ଦ୍ଧ ହେବ ସକାଳୁ ପ୍ରବଳ ଖରା 41% ରହୁଥିବା ବେଳେ ଉପର ବେଳା ଆସହ୍ୟ ଗୁଳୁଗୁଳି ସଞ୍ଜରେ ସ୍ୱଳ୍ପ ବର୍ଷା ହେବାର ଦେଖା ଦେଉଛି | ଏହାକୁ ଶୋହି ନ ପାରି ଲୋକେ ଗଛ ମୂଳକୁ ଆଶ୍ରୟ କରୁଛନ୍ତି | ଏହାରୀ ମଧ୍ୟରେ ଲାଇଟ ବାରମ୍ବାର ବନ୍ଧ କରାଯାଉଛି | ଏହାରି ପ୍ରଭାବ ରେ ଅଂଚଳ ର ପାଲଖମଣ,କରଞ୍ଜା, ସିଙ୍ଗାରି,କୁଳୁମୁହିଁ,ଖାଲିଆଗୁଡା,ଧାମୁଣିପଙ୍ଗା,ପାର୍ସାଲି ସହ କଲ୍ୟାଣ ସିଂହପୁର ସଦର ଜନସାଧାରଣ ଙ୍କ ହନ୍ତ ସନ୍ତ ଦେଖିବାକୁ ମିଳୁଛି |ଏହାରୀ ମଧ୍ୟରେ ପ୍ରାୟ ବିଦୁତ୍ୱ ଉପଭୋକ୍ତା ଲାଇଟ ନ ରହିବା ସ୍ୱତେ ମଧ୍ୟ ବିଦୂତ ବିଲ ଅଧିକା ଆସୁଥିବା ଅଭିଯୋଗ କରୁଛନ୍ତି ପୁଣି ଉପଭୋକ୍ତା ଙ୍କୁ ଟାଟା ପାୱାର ଏକ ଟଙ୍କା ମଧ୍ୟ ଛାଡ଼ୁନାହାଁନ୍ତି ବିଜୁଳି ତ ରହୁନାହିଁ କେମିତି ସମ୍ପୂର୍ଣ ବିଲ ଆଦାୟ କରାଯାଉଛି ବଲି ପ୍ରଶ୍ନ ଉଠୁଛି | ଏଣୁ ବିଦୂତ ବିଭାଗ ର ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଉଛି |