ପୁରା ଖବର ବିଷୟରେ



ଟାଙ୍କି ଫାଟି ଆଁ ପାଣି ପାଇଁ ହାହାକାର

May 16 2024 6:33PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ଟାଙ୍କି ଫାଟି ଆଁ ପାଣି ପାଇଁ ହାହାକାର ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଦୁର୍ଗମ ପାହାଡ଼ ଘେରା ନିୟମଗିରୀ ପାଦ ଦେଶରେ ଅବସ୍ଥାପିତ ପାର୍ସ|ଲି ପଞ୍ଚାୟତ ପାର୍ସ|ଲି ଗାଁ ଉକ୍ତ ଗ୍ରାମରେ ରହିଛି ଏକ ସ୍ୱଚ୍ଛ ପାନୀୟ ଜଳ ନିମନ୍ତେ ପାଣି ଟାଙ୍କି | ସେହି ଟାଙ୍କି ଆଜି ଫାଟି ଆଁ କରିଛି ଫଳରେ କାହିଁ କୋଉ କାଳରୁ ବସବାସ କରିଆସୁଛନ୍ତି ବହୁ ଦଳିତ ଡ଼ଙ୍ଗରିଆ କନ୍ଧ ଆଦିବାସୀ | ଟାଙ୍କିଟି ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲେ ସୁଦ୍ଧା ବିଭଗୀୟ ଅଧିକାରୀଙ୍କ ନଜର ପଡୁନଥିବାରୁ ଦୁର୍ଭାଗ୍ୟ ଜନକ | ଏହି ଗ୍ରାମକୁ ଗତ ଚାରି ବର୍ଷ ତଳେ ଭିଡି ସି ମାଧ୍ୟମରେ ଷାଠିଏ ହଜାର ସହଯୋଗ ରେ ନଳକୂଅ ଠାରୁ ସୋଲାର ଦ୍ୱାରା ପାଣି ଟାଙ୍କି ନିର୍ମାଣ ପାଇଁ ଛଅ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରାଯାଇଥିଲା | ଏଥି ସରକାର ଙ୍କ ଲକ୍ଷ୍ୟ ଲକ୍ଷ୍ୟ ଖର୍ଚ୍ଚ ହୋଇଥିଲେ ସୁଦ୍ଧା କାହାରି ନଜର ନାହିଁ | ବର୍ତମାନ ଦୁଇମାସ ହେବ ଗ୍ରାମବାସୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବାରମ୍ବାର ଏମସିଲ ଅଠା ଲଗାଉଥିଲେ ସୁଦ୍ଧା ଟାଙ୍କିରେ ପାଣି ରହୁନାହିଁ |ଏହି ଭଳି ନାଳକୂପ ଠାରୁ ବାହାରୁ ଥିବା ପାଣି ଅଯଥାରେ ନଷ୍ଟ ହେବାରେ ଲାଗିଛି ଗ୍ରାମବାସୀ ବାଧ୍ୟ୍ୟ ହୋଇ ନିକଟରେ ବୋହି ଯାଉଥିବା ନାଳରୁ ଅପରିଷ୍କାର ପାଣି ବ୍ୟବହାର କରୁଛି ବୋଲି କହିଛନ୍ତି | ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ ସହ ନୂତନ ପାଣି ଟାଙ୍କି ବସାଇ ଲୋକଙ୍କୁ ପାଣି ଯୋଗାଇବା ନିମନ୍ତେ ଦାବି ହୋଉଛି |