ପୁରା ଖବର ବିଷୟରେ



କଳାପୋଖରୀ ଗ୍ରାମ ରେ ଅଘଟଣ ବିଦ୍ୟୁତ ଆଘାତରେ ଆସି ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ।

Apr 15 2024 8:08AM
(ପ୍ରୟେସି ମଜୁମଦାରଙ୍କ ରିପୋର୍ଟ) ତେଲକୋଇ, ସଲେଇକେନ ନିକଟସ୍ଥ କଳାପୋଖରୀ ଗ୍ରାମର କ୍ରୀତନ କିସାନ ଙ୍କ ପୁଅ ପ୍ରଦୀପ କିସାନ ଗ୍ରାମର ମଣ୍ଡପ ରେ ପଙ୍ଖା ମରାମତି କରିବା ସମୟରେ ହଠାତ୍ ବିଦ୍ୟୁତ ସସଂପ୍ସରସ ଆସି ଜୀବାରୁ ପ୍ରଦୀପ କୁ ବିଦ୍ୟୁତ ଆଘାତ ଦେଇ ଥିବାରୁ ମୃତ୍ୟୁ ବରଣ ହୋଇଯାଇଛି। ତାଙ୍କୁ ସଂଗେ ସଂଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା ହେଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଉକ୍ତ ଗ୍ରାମ ଳୋକେ କହିବା ଅନୁସାରେ ପିଲାଟି ବହୁ ଗରିବ ଶ୍ରେଣୀର ଅଟେ ଏବଂ ବାପା ଙ୍କ ଏକମାତ୍ର ରୋଜଗାରିଆ ପୁଅ ସେ ଵିବାହିତ ଏଣୁ ଏପରି ଅବସ୍ଥାରେ ଚାଲି ଜିବା ଦ୍ଵାରା ଘରର ପରିସ୍ଥିତି ସୋଚନୀୟ ହୋଇପଡିଛି ଏଣୁ ସରକାର ଙ୍କ ତରଫରୁ କିଛି ଆର୍ଥିକ ସହାୟତା ମିଳିଳେ ବୁଢା ବାପା ମା ଓ ସ୍ତ୍ରୀ ଭାଙ୍ଗି ପଡି ଥିବାରୁ ବଞ୍ଚିତ ହେବେ।