ପୁରା ଖବର ବିଷୟରେ



ମାଲକାନଗିରି ପଞ୍ଚାୟତ ସମିତି ତରଫରୁ ୨୨୩ ଜଣ ହିତାଧିକାରୀଙ୍କୁ ବିଏସକେୱାଇ ନବୀନ କାର୍ଡ ବିତରଣ

Mar 7 2024 2:52AM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ପ୍ରତ୍ଯେକ ଗ୍ରାମାଞ୍ଚଳବାସୀଙ୍କ ସ୍ଵାସ୍ଥ୍ୟସୁରକ୍ଷାର ନିର୍ଭରଯୋଗ୍ୟ ଭରସା ‘ବିଏସକେୱାଇ ନବୀନ କାର୍ଡ ।‘ପ୍ରତିଟି ଜୀବନ ମୂଲ୍ଯବାନ’ମନ୍ତ୍ର ଆଧାରରେ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ବି .ଏସ୍. କେ. ୱାଇ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ଆଜି ମାଲକାନଗିରି ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ମାଲକାନଗିରି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ ଙ୍କ ଅଧ୍ୟକ୍ଷତାରେ ବିଏସକେୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ନନ୍ଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଗୋୖରୀ ପଡ଼ିଆମୀ ଯୋଗ ଦେଇ ମାଲକାନଗିରି ପଞ୍ଚାୟତ ସମିତି ର ୧୯ ଗ୍ରାମ ପଞ୍ଚାୟତ ର ୨୨୩ ଜଣ ହିତାଧିକାରୀଙ୍କୁ ବିଏସକେୱାଇ ନବୀନ କାର୍ଡ ବିତରଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ପ୍ରମୁଖ ଙ୍କ ସହ ସମସ୍ତ ସରକାରୀ ପଦାଧିକାରୀ ଓ ୧୯ଟି ଗ୍ରାମ ପଞ୍ଚାୟତ ରୁ ଆସିଥିବା ସମସ୍ତ ହିତାଧିକାରୀ ଏବଂ ବୁଦ୍ଧିଯିବି ଉପସ୍ଥିତ ଥିଲେ ।