ପୁରା ଖବର ବିଷୟରେ



ପେଡାକୋଣ୍ଡା,ଝରାପାଲ୍ଲୀ ଓ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତ ରେ ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ ଯାତ୍ରା ଅନୁଷ୍ଠିତ

Mar 7 2024 2:49AM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ଲୋକଙ୍କ ନିକଟତର ହେଉଛି ବିଜୁ ଜନତା ଦଳ। ପ୍ରତି ଘରେ ପହଞ୍ଚୁଛି ବିକାଶର ବାର୍ତ୍ତା। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ୱରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ 'ଘରେ ଘରେ ଶଙ୍ଖ, ପରିବାର ସମ୍ପର୍କ ଯାତ୍ରା' ଅନୁଷ୍ଠିତ ହୋଇଛି। ଆଜି ମାଲକାନଗିରି ସଦର ବ୍ଲକ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ର ପେଡାକୋଣ୍ଡା,ଝରାପାଲ୍ଲୀ ଓ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତ ରେ ବ୍ଲକ ସଭାପତି ହେମନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ନବୀନ ସରକାରଙ୍କ ବିକାଶ୍ ର ବାର୍ତ୍ତା ଏବଂ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଜନ ସାଧାରଣ ଓ ବିଜେଡି ଉପସ୍ଥିତ ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କ ମନ ବଳ ବଢ଼ାଇଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ସଂଯୋଜକ ଦଶରଥ ମହାନ୍ତ ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଜୟ ଦାସ ,ବିଜେଡି ବରିଷ୍ଠ ନେତା ଡ.କାମରାଜ କବାସୀ ,ବରିଷ୍ଠ ବିଜେଡି ନେତା ଘନଶ୍ୟାମ ମାଡକାମୀ ,ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଛନ୍ତି ଜିଲ୍ଲା ବିଜେଡି ମିଡିଆ ସଂଯୋଜକ ସଦାନନ୍ଦ ଖରା ,ସ୍ଥାନୀୟ ସରପଞ୍ଚ ଘାସି ନାୟକ ,ସମସ୍ତ ୱାର୍ଡ କମ୍ମିଟି ,ବୁଥ କମ୍ମିଟି ଓ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ବିଜୁ ମହିଳା କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।