ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଶିକ୍ଷା ବିଭାଗ ରେ ଶିକ୍ଷା ନୀତି ଭୁଶୁଡି ପଡ଼ିଥିବା ପରି ମନେ ହୋଉଛି

Mar 1 2024 1:31PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ)ଗତକାଲି ଆମ ପ୍ରତିନିଧି ଖବର ପାଇ କଲ୍ୟାଣ ସିଂହପୁର ଠାରୁ ଦୁଇ କିଲୋମିଟର ପାର୍ସରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏନ୍ତାଲିଗୁଡା ଠାରେ ପହଞ୍ଚି ଥିଲେ, ଏଠାରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶ୍ରୀମତୀ ଲତିକା ଦେଇ ମଧ୍ୟ୍ୟନ ଭୋଜନ ପ୍ରଦାନ ପରେ ସମ୍ପୃକ୍ତ ସ୍କୁଲ ତାଲା ପକାଇ ସ୍କୁଲ ବାରଣ୍ଡା ଖୋଲାରଖି ଚାଲି ଯାଇଥିଲେ, ଉକ୍ତ ଘଟଣା କୁ ଆମ ପ୍ରତିନିଧି ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ ଶିକ୍ଷା ଅଧିକାରୀ ଜଣକ ସମ୍ପୃକ୍ତ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଘଟଣା ସ୍ଥଳ କୁ ପଠାଇ ଥିଲେ, ଅତିରିକ୍ତ ଶିକ୍ଷା ଅଧିକାରୀ ଜଣକ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଶିକ୍ଷୟତ୍ରୀ ଜଣକ କଡା ଭାଷା ରେ ଉତ୍ତର ଦେଇଥିଲେ, ଏହାକୁ ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ଜଣକ ନିଜର ମତ ପ୍ରକାଶ କରି ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟାଳୟ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି,ବର୍ତମାନ ଅଗାମି ଦିନରେ କଣ ଶିକ୍ଷା ବିଭାଗ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲା ।