ପୁରା ଖବର ବିଷୟରେ



ବିଜେଡ଼ି କର୍ମୀ ଙ୍କ ଖବରଦାତା ସମ୍ମିଳନି।

Feb 27 2024 2:36PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଜୋନ ୧ ଅନ୍ତର୍ଗତ ଏମ ଭି ୭୯ ଠାରେ ବିଜେଡ଼ିର ଜିଲ୍ଲା ସ୍ତରୀୟ ଏବଂ ଜୋନ ସ୍ତରୀୟ କିଛି କର୍ମୀଙ୍କ ଦ୍ଵାରା ଖବରଦାତା ସମ୍ମିଳନି ଅନୁଷ୍ଠିତ । କାଲିମେଳା ବ୍ଲକ ଜୋନ ୧ ର ପୂର୍ବତନ ଜିଲ୍ଲlପରିଷଦ ପରିତୋଶ ସରକାର ଏବଂ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଚିରଞ୍ଜିତ ବାଲାଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନି ରେ ନିର୍ବାଚନ ପାଖେଇ ଆସିଲେ ଜିଲ୍ଲା ପଦାଧିକାରୀ ମାନେ ବିଭିନ୍ନ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ବହୁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହା ନିର୍ବାଚନ ପରେ କାଯ୍ୟକାରି କରାଯାଉନଥିବା ବେଳେ ନିନ୍ଦା ର ପାତ୍ର ପାଳଟନ୍ତି ଜୋନ ସ୍ତରୀୟ କର୍ମୀ ବୋଲି ପ୍ରକାଶ କରିଛନ୍ତି। ବିଗତ ଦିନରେ ଜିଲ୍ଲା ଆଦିବାସୀ ସମାଜର କୁମ୍ଭାର ଜାତି କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ଲାଗି ଏକ ପ୍ରତିଶୃତି ପ୍ରଦାନ କରିଥିଲେ ଜିଲ୍ଲା ପଦାଧିକାରୀ। କିନ୍ତୁ ତାହା ତାଙ୍କ ପାଇ କାର୍ଯ୍ୟକାରୀ ହେବା ସପ୍ନ ପାଲଟିଥିବା ବେଳେ ଜିଲ୍ଳାର କେତକ ବେଙ୍ଗଲୀ ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବା ମଧ୍ୟ ସପ୍ନ ପାଲଟିଗଲା । ଏହାକୁ ନେଇ ଜିଲ୍ଲା ପଦାଧିକାରୀ ଙ୍କୁ ଅବଗତ କରାଇବା ସତ୍ତେ ନିରବ ରହିବା ସହ କୌଣସି ପ୍ରତିକ୍ରିୟା ରଖିବା ଆବର୍ଶକ ମନେ କଲେ ନାହିଁ। ଏହା ଜନସାଧାରଣଙ୍କ ପାଇଁ କେତେ ଦୂର ଯଥାର୍ଥ , ତାହାର ଉତ୍ତର ରଖିବେ କି ଜିଲ୍ଲା ସ୍ତରୀୟ ନେତା ମାନେ ବୋଲି ପ୍ରଶ୍ନ କରିବା ସହ ନିର୍ଦ୍ଧିଷ୍ଟ ନେତାଙ୍କୁ ନେଇ ପାର୍ଟି ପ୍ରଚାର , ଜୋନ ସ୍ତରୀୟ ନେତାଙ୍କୁ ଅନଦେଖା କରିବା ଏବଂ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ କୌଣସି ପାର୍ଥି ଘୋଷଣା ସରିନି କିନ୍ତୁ କିଛି ବରିଷ୍ଟ କର୍ମୀ ବ୍ୟକ୍ତି ଗତ ଭାବେ ଜଣଙ୍କ ନା ପ୍ରଚାର କରୁଛନ୍ତି ତାହା କେତେଦୂର ଉଚିତ ଏହାର ଜବାବ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ରଖନ୍ତୁ ବୋଲି ସିଧାସଳଖ ତ୍ୟଗିତ କରାଯାଇଥିବାର ଦେଖିବାକୁ ମିଳିଥିଲା। ଏହାକୁ ଶୀଘ୍ର ସମାଧାନ ନ କରାଗଲେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ନେତାଙ୍କୁ ବିରୋଧ ର ଶିକାର ହେବାକୁ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନି ରେ ବିଜେଡ଼ିର କିଛି କର୍ମୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଯୁଗ୍ମ ସମ୍ପାଦକ ରାକେଶ ମଣ୍ଡଳ, ଅମିତ୍ ମଣ୍ଡଳ, ଶିବା ସରକାରଙ୍କ ସମେତ ଅଞ୍ଚଳର ବହୁ ଯୁବ ନେତା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗୋଟେ ପଟେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ରେ ମାଲକାନାଗିରି କୁ ଏକ ସତନ୍ତ୍ର ପରିଚୟ ଦେଇଥିବା ବେଳେ ଦଳୀୟ ନେତା ଙ୍କ ମଧ୍ୟରେ ଏଭଳି ଫାଟ ସୃଷ୍ଟି ହେବା ସାଧାରଣ ନିର୍ବାଚନରେ ପ୍ରଭାବ ପକେଇବ ବୋଲି ଚର୍ଚ୍ଚା ଜୋର ଧରିଛି।