ପୁରା ଖବର ବିଷୟରେ



ଜିଲ୍ଳାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l

Feb 26 2024 12:25PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ) ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି)ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ରବିବାର ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅନ୍ତର୍ଗତ ଜିଲ୍ଳାସ୍ତରୀୟ ପୁରସ୍କାର ବିିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ୫ଟି ରପୂାନ୍ତରିତ ସ୍କୁଲ ଓ ଅନ୍ୟ ସ୍କୁଲମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାର ଉତ୍କର୍ଷ ପାଇଁ ବର୍ଷକୁ ଶହେ କୋଟି ଟଙ୍କାର ଘୋଷଣା କରାଯାଇଛି । ଏଥିରେ ବ୍ଳକ,ଜିଲ୍ଳା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ । ପଚାଶ ହଜାର ଛାତ୍ରଛାତ୍ରୀ,୧୫ଶହ ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ,ସ୍କୁଲ ପରିଚାଳନା କମିଟି,ସରଂପଚ,ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାର ସୁବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ,ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା,ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ପ୍ରମୁଖ ମଂଚାସୀନ ହୋଇଥିଲେ । ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସଂପର୍କରେ ଆଲୋକପାତ କରିଥିବା ବେଳେ ଶିକ୍ଷା ହେଉଛି ମାନବ ସମ୍ବଳ ସମାଜର ମେରୁଦଣ୍ଡ । ବିନା ଶିକ୍ଷାରେ ଆମ ସମାଜ ଆଗକୁ ବଢିପାରିବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ କରି ଶିକ୍ଷାକୁ ଚରମ ସୀମାରେ ପଂହଚାଇ ପାରିଛନ୍ତି ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ । ସେହିପରି ଜିଲ୍ଳାସ୍ତରୀୟ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ୧୬୫୦ଗୋଟି ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଜିଲ୍ଲା ସ୍ତରରେ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ମାର୍କ ରଖିଥିବା ୭୭ ଜଣ ଉତମ ଛାତ୍ରଙ୍କୁ ଛାତ୍ର ନେତୃତ୍ୱ ଆୱାର୍ଡ ଭାବେ ପୁରସ୍କୃତ କରାଯାଇଥିବା ବେଳେ ବ୍ଳକସ୍ତରରେ ୧୧୧୨ଜଣଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଶ୍ରେଷ୍ଠ ଛାତ୍ର ନେତୃତ୍ୱ ଆୱାର୍ଡରେ ୩୫୨ଜଣଙ୍କୁ,ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ୨୯ଟି ବିଦ୍ୟାଳୟ,ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଭାବେ ୩୨ଟି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିବା ବେଳେ ୪ଟି ଶ୍ରେଷ୍ଠ ଗ୍ରାମ ପଂଚାୟତକୁ ମଧ୍ୟ ପୁରସ୍କୃତ କରାଯାଇଛି । ସେହିପରି ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଆୱାର୍ଡରେ ୧୧ଜଣ ପ୍ରଧାନ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବ୍ଳକ ସ୍ତରରେ ଶ୍ରେଷ୍ଠ ୧୧ଜଣ ପୁରାତନ ଛାତ୍ରଙ୍କୁ ଏବଂ ଶ୍ରେଷ୍ଠ ଶିକ୍ଷକ ଭାବେ ୧୧ଜଣ ଶିକ୍ଷକଙ୍କୁ ଏବଂ ୧୧ଟି ସ୍କୁଲ ପରିଚାଳନା କମିଟିକୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ୧୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ,ପୁରାତନ ଛାତ୍ରଛାତ୍ରୀ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟସଦସ୍ୟାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଶଣ କରଯାଇଥିଲା I ଉକ୍ତ କାର୍ଯକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକଶିକ୍ଷା ଅଧିକାରୀ , ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଉପସ୍ଥିତ ଥିଲେ I କାର୍ଯକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଅଶୋକ ଦାସ ,ଶ୍ରୀମତୀ କାଞ୍ଚନ ସାହୁ ଓ ବସନ୍ତ କୌଶଲ୍ୟା I