ପୁରା ଖବର ବିଷୟରେ



ଦେଢ଼ଗାଁ ରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ - ଦଳ କୁ ମଜୁବତ କରିବା ପାଇଁ କର୍ମୀ ଙ୍କୁ ବିଧାୟକ ଙ୍କ ଆହ୍ୱାନ

Jan 13 2024 4:55PM
(ନୂତନ ଓଡ଼ିଶା ନ୍ୟୁଜ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଦେଢ଼ଗାଁ ଗ୍ରାମ ର ଖେଳ ପଡିଆ ଠାରେ ଆଜି କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ସମସ୍ତ ଅତିଥି ମାନଙ୍କୁ କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଚେୟାରମେନ ରଞ୍ଜୁବାଳା ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା,ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ,ଆବାହକ ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଭୁସଲାଡ଼ ସରପଞ୍ଚ ଦୀପକ ଛୁରା, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ,ଝଳପ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ,ଯୁବରାଜ ବେହେରା,ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା ,ଯୁବ ନେତା ପିତାମ୍ବର ସୁନା,ନୀଳକଣ୍ଠ ତ୍ରିପାଠୀ,ଅଲଣ୍ଡା ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଯୁବରାଜ ବାଗ,ଭୁର୍ଷାଗୁଡା ସମିତି ସଭ୍ୟ ଦ୍ରୋପଦ ବାରିକ,ଶବର ଜାଲ,ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମୀ ମାନଙ୍କୁ କଂଗ୍ରେସ ପାର୍ଟିର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ସ୍ୱାଗତ କରାଯାଇଥିଲା । କଂଗ୍ରେସ ଦଳ କୁ କିପରି ଭାବେ ମଜବୁତ କରିବା ସହ ସବୁ ବେଳେ ଲୋକ ଙ୍କ ଦୁଃଖ ସୁଖ ରେ ସାମିଲ ହୋଇଛି ବିଭିନ୍ନ ସମୟ ରେ ଏହି ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ବିଧାନସଭା ଦାବି ଉପସ୍ଥାପନ କରାଯାଇଛି । ଏଣୁ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ କୁ ବିପୁଳ ପରିମାଣ ରେ ଭୋଟ ଦେଇ ବିଜୟୀ କରିବା ପାଇଁ ଆହ୍ୱାନ କରାଯାଇଥିଲା। ଯୁବ କଂଗ୍ରେସ ନେତା ଘାସିରାମ ସାହୁ ସଭା ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେଢ଼ଗାଁ,ଭୂଷଲାଡ, ଝଳପ ଗ୍ରାମ ପଞ୍ଚାୟତ ଅଞ୍ଚଳ ର ଶତାଧିକ ବିଜେଡି, ବିଜେପି ପାର୍ଟି ର କର୍ମୀ ମାନେ ଆଜି କଂଗ୍ରେସ ଦଳ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି ।ଏଥିରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ଓ କଂଗ୍ରେସ ର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ ।