ପୁରା ଖବର ବିଷୟରେ



ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ...

Jan 7 2024 10:45AM
(ନୃସିଂହ ମୁଦୁଲିଙ୍କ ରିପୋର୍ଟ) ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖ ଜାନୁଆରୀ ୨୦୨୪ ଦିନ ହେବ ,ଏହି ଅବସରରେ ଆଜି ଅସ୍ତରଙ୍ଗ ବ୍ଲକର ୧୪ ଟି ପଞ୍ଚାୟତ ପାଇଁ ପାଞ୍ଚଟି ପ୍ରକଳ୍ପ ରଥ ବାହାରି ୯ ଦିନ ବ୍ୟାପି ପ୍ରତି ଗାଁର ଘରକୁ ଘର ଯାଇ ଗୁଆ ,ଚାଉଳ ସଂଗ୍ରହ କରିବେ । ଏହି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥକୁ ଅସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ କର୍ଣ୍ଣଦେବ ସମାଦ୍ଧାର ପୂଜାର୍ଚ୍ଚନା କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ,ଏହି କାର୍ଯ୍ୟକ୍ରମରେ ବ୍ଲକ ଭାଇସ ଚେୟାରମ୍ୟାନ ଦୁର୍ଯ୍ୟୋଧନ ମିଶ୍ର ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଯୋଗେନ୍ଦ୍ର କୁମାର ମହାକୁଡ଼ ,୧ନମ୍ବର ଜୋନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ସ୍ୱାଇଁ , ୨ନମ୍ବର ଜୋନ ଜିଲ୍ଲାପରିଷଦ ଅଧ୍ୟକ୍ଷା ବନିତା ବେହେରା , ଆଳଙ୍ଗପୁର ପଞ୍ଚାୟତ ନୋମିନି କୌଶଲ୍ୟା ଲେଙ୍କା ,ଝାଡଲିଙ୍ଗ ସରପଞ୍ଚ ହୃଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।