ପୁରା ଖବର ବିଷୟରେ



ଜାଲ କରି ଜେଲ ଗଲେ ଶିକ୍ଷକ

Feb 19 2021 8:34AM
ଜାଲ କରି ଜେଲ ଗଲେ ଶିକ୍ଷକ ନବରଙ୍ଗପୁର ଜିଲ୍ଲା ର.. କୋଡେଙ୍ଗା ପୁଲିସ ହାତରେ ଧରାପଡ଼ି ଜେଲ ଗଲେ ଶ୍ରୀକାନ୍ତ ଦଳେଇ ... ଶିକ୍ଷା ସହାୟକ ଭାବେ ୨୦୧୩ ମସିହା ରେ ଜାଲ ସାର୍ଟିଫିକେଟ କରି ନବରଙ୍ଗପୁର ଜିଲ୍ଲା ର କୋଷଗୁମୁଡ଼ା ବ୍ଲକ ର ବାକିଟିଗୁଡା ସ୍କୁଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ଚାକିରୀ କରି ଆସୁଥିଲେ ଶ୍ରୀକାନ୍ତ ଦଳେଇ .୬ ବର୍ଷ ପରେ ସ୍ଥାଇ ନିଯୁକ୍ତି ଲାଗି ଆବେଦନ କରିଥିଲେ .... ପରେ ସାର୍ଟିଫିକେଟ ତର୍ଜମା ହେବାରୁ ଜାଲ ସାର୍ଟିଫିକେଟ ବୋଲି ଜଣାପଡିଥିଲା. ଏନେଇ ୭ ମାର୍ଚ୍ଚ ୨୦୨୦ ରେ କୋସାଗୁମୁଡ଼ା BEO କୋଡେଙ୍ଗା ଥାନାରେ ଏକ ଏତଲା ଦେଇଥିଲେ | ଥାନାରେ ଏତେଲା ଦେଇଥିବା ଶୁଣି ଶ୍ରୀକାନ୍ତ ଦଳେଇ ସେଦିନ ଠାରୁ ଫେରାର ହଇଯାଇ ଥିଲେ ! ଆଜି କୋଡେଙ୍ଗା ପୁଲିସ ଭଦ୍ରକ ଜିଲ୍ଲା. ଧାମନଗର ଥାନା ବନସର ଗାଁ ରୁ ଶ୍ରୀକାନ୍ତ ଦଳେଇ ଙ୍କୁ ଗିରଫ କରିଛି କୋଡେଙ୍ଗା ପଲିସ ! ଆଉଗୋଟିଏ ସେଇଭଳି BEO ବଜ୍ରଗଡ଼ ସ୍କୁଲ ରେ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ ଥିବା ମାନସ ପରିଡା ଜାଲ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଛି ! ରିପୋର୍ଟ ନବରଙ୍ଗପୁର ରୁ ବର୍ତ୍ତ ହରିଜନ ନୂତନ ଓଡିଶା ନ୍ୟୁଜ୍