ପୁରା ଖବର ବିଷୟରେ



ଅନ୍ଧ ହୋଇ ଭି ପଥର ବାଡେଇ ଚଲୁଚି ପରିବାର ।

Feb 17 2021 4:00PM
ଅନ୍ଧ ହୋଇ ଭି ପଥର ବାଡେଇ ଚଲୁଚି ପରିବାର । MV 79 7 ଶ୍ରେଣି ପାଠ ପଢିବା ସମୟରେ ଦୈବ ଛଡାଇ ନେଲା ଦୃଷ୍ଟି ଶକ୍ତି। ତଥାପି ହାରି ନ ଥିଲେ ସେ ଭୋକ ମାରିବା କୁ ପାହାଡ ରେ ପଥର ଫଟାଉଥିଲେ।ଶାରୀରିକ ଅକ୍ଷମତା କୁ ନିଜ ର ଶକ୍ତି କରି ବା ସହ ଦୀର୍ଘ 20 ବର୍ଷ ଧରି ପଥର ଫଟାଇ ନିଜେ ବଞ୍ଚିବା ସହ ଉଠାଉ ଥିଲେ ନିଜ ପରିବାର ର ବୋଝ। ବିଧାତା କୁ ଦୋଷ ଲଦି ଦେଉଥିବା ଲୋକ ଙ୍କ ପାଇଁ ସେ ଥିଲେ ଉଦାହରଣ। ହେଲେ ସେ ସବୁ କିଛି ବନ୍ଦ ହୋଇ ଯାଇଛି ଯେଉଁ ହାତ ରେ ପଥର ଫଟାଉଥିଲେ ସେ ହାତ ଏବେ ବନ ବିଭାଗ ର ନିର୍ଦ୍ଦେଶ କ୍ରମେ ବନ୍ଦ ହୋଇ ଯାଇଛି। ଅନ୍ୟ କିଛି କରି ପାରୁ ନ ଥିବା ରୁ ଏବେ ହାତ ବାନ୍ଧି ବସିଛନ୍ତି 115 ଗ୍ରାମର ପରିମଳ ସାନା....... ହାତୁଡ଼ି ଧରି ଟିକ୍ ଟିକ୍ ଖରା ରେ ବଡ଼ ପଥର କୁ ଟିକ୍ ଟିକ୍ ଖଣ୍ଡ କରୁଥିବା ଏହି ଲୋକ ଜଣକ କେବଳ ଅନୁଭବ କରି ପାରନ୍ତି ଦେଖାଇପାରନ୍ତି ନାହିଁ। ଦୈବ ଛଡାଇ ନେଇଛନ୍ତି ଦୃଷ୍ଟି ଶକ୍ତି। ସେବେଠୁ ଏହି ପରି ପଥର ଫଟାଇ ପରିବାର ଚଳାଇବା କୌଶଳ ଶିଖିଥିଲେ।ଏହି ପଥର ଫଟାଇ କରିଥିବା ସମସ୍ତ ରୋଜଗାର ରେ ନିଜର ଦୁଇ ଝିଅ ର ବିବାହ ମଧ୍ୟ ଦେଇଛନ୍ତି ହେଲେ ଏବେ ଏହି ରୋଜଗାର ଉପରେ ବନ ବିଭାଗ ଅଙ୍କୁଶ ଲଗାଇ ଦେଇଛନ୍ତି। ନିଜ ଗାଁ ର ମୁଣ୍ଡ ରେ ଥିବା ପାହାଡ ରେ ପଥର ଫଟାଇ ବା କୁ ଖୋଲାଖୋଲି ବନ ବିଭାଗ ମନା କରିଦେବା ପରେ ଏବେ ହାତ ବାନ୍ଧି ବସିଛନ୍ତି ଏମଭି 115 ଗ୍ରାମର ପରିମଳ ସାନା ।ଏବେ ଭୋଗ ମାରିବା ପାଇଁ ସ୍ତ୍ରୀ ବିଡ଼ି ପତ୍ର ବାନ୍ଧୁ ଥିବା ବେଳେ ପରିବାର ବହୁତ ଦୁଃଖ କଷ୍ଟ ରେ ଚଳୁଛନ୍ତି। ଦୃଷ୍ଟି ଶକ୍ତି ହରାଇ ଥିବା ଲୋକେ ବିଧାତା କୁ ଦୋଷ ଲଦି ଦେଉଥିବା ବେଳେ ଏ କିନ୍ତୁ ସବୁଠୁ ଭିନ୍ନ ନିଜ ଗୋଡ ରେ ଛିଡା ହେବା ପାଇଁ ଏବେ ବି ଅଛି ଯୁକ୍ ହେଲେ ସରକାରୀ ବିଧି ବ୍ୟବସ୍ତା ରୁ ନା ସମଝ ଥିବା ଏହି ବ୍ୟକ୍ତି ଜଣ କ ସରକାର ଙ୍କୁ କରିଛନ୍ତି ଅନୁରୋଧ ପଥର ଫଟାଇବା ପାଇଁ ଅନୁମତି ମିଳିପାରିଲେ ପାଇଁ ପାରିଥାନ୍ତେ ସୁବିଧା। ହେଲେ ଦୂର୍ଭ୍ୟାଗ୍ୟ ର ବିଷୟ ଏହି ଭଲି ଅବସ୍ତା ରେ ଥିବା ଲୋକ ଙ୍କୁ ବନ ବିଭାଗ ପଥର ଭାଙ୍ଗି ପାରିବେ ନାହିଁ ବୋଲି କହିଛନ୍ତି ଯଦି ପଥର ଭାଙ୍ଗିବ ତମ ନାଁରେ କେସ ହବ ବୋଲି କହି କାମ ବନ୍ଦ କରିଦେଇଛନ୍ତି । ସେବେଠୁ ଏହି କାମ ବନ୍ଦ ହୋଇ ପଡ଼ିଚି ପରିମଳ ଙ୍କର।