ପୁରା ଖବର ବିଷୟରେ



କଂଗ୍ରେସ ଦଳ ତରଫରୁ ଜୟପୁର ବନ୍ଦ

Feb 15 2021 3:06PM
କଂଗ୍ରେସ ଦଳ ତରଫରୁ ଜୟପୁର ବନ୍ଦ ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି ରାଜ୍ୟର ବୃହତର ସ୍ୱାଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜୟପୁର ରେ ମଧ୍ୟ ବନ୍ଦ ସଫଳ ହୋଇଛି । ଦୋକାନ ବଜାର ସହ ଗାଡି ମୋଟର ମଧ୍ୟ ବନ୍ଦ ଅଛି ।