ପୁରା ଖବର ବିଷୟରେ



ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ସଫଳ

Feb 15 2021 1:50PM
ପେଟ୍ରୋଲ୍, ଡିଜେଲ୍ ଏବଂ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏପରିକି ପ୍ରତିଦିନ ଏହା ବୃଦ୍ଧି ପାଉଥିଲେ ମଧ୍ୟ କମିବାର ନାଁ ଧରୁନାହିଁ । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଗଜପତି ଜିଲ୍ଲାରେ ଏହି ବନ୍ଦର ଆଂଶିକ ପ୍ରଭାବ ପରିଲିକ୍ଷିତ ହୋଇଛି । କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ ଚଳାଚଳ ବନ୍ଦ ରହିଛି । କିନ୍ତୁ 2ଚକିଆ ଏବଂ ଚାରି ଚକିଆ ଯାନ ଚଳାଚଳ ସ୍ବାଭାବିକ ରହିଛି । ତେବେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନ ବୁଲି ଏସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି । ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ପାରଳାଖେମୁଣ୍ଡି ସ୍ଥାନରେ ବୁଲି ବନ୍ଦକୁ ସମର୍ଥନ କରିବା ପାଇଁ ଆହ୍ବାନ ଜଣାଇଛନ୍ତି । ସେହିପରି ମୋହନା ଅଂଚଳରେ ବନ୍ଦର ସଂପୂର୍ଣ୍ଣ ପ୍ରଭାବ ପଡିଥିବା ଜଣାପଡିଛି ।..............