ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦ ରେ ବନ୍ଦ ଡାକରା

Feb 15 2021 1:46PM
ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦ ରେ ବନ୍ଦ ଡାକରା -ଆଜି ସକାଳୁ ନବରଙ୍ଗପୁର ସହରର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଜରାସ୍ତାରେ ରାଜ୍ୟ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମୁନା ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ସରୋଜ ପାତ୍ର, ଦିଲ୍ଲୀପ ବେହେରା, ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା, ସୁମିତ ପୂଜାରୀ, କେଶବ ଭୋଳ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ପୁର୍ଣ ଭାବରେ ରାସ୍ତା ଅବରୋଧ କରିଥିଲେ।ସେହିପରି ନନ୍ଦହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ବ୍ଲକ ହେଡକ୍ୟୁଆଟର ଥିବା ବସ୍ ଷ୍ଟେଣ୍ଡ ଚାରିଛକରେ ନନ୍ଦହାଣ୍ଡି କଂଗ୍ରେସ କର୍ମୀମାନେ ରାସ୍ତା ରୋକ କରି ଗଣଧାରଣା ଦେଇଥିଲେ ।ଦେଶରେ ପେଟ୍ରୋଲ,ଡିଜେଲ,ଗ୍ୟାସ ଓ ବିଭିନ୍ନ ପ୍ରକାର ସାମଗ୍ରୀ ଉପରେ ବଢୁଥିବା ଅଭାବନୀୟ ଦର କୁ ନେଇ ଏହି ରାସ୍ତାରୋକ ,ଚକବନ୍ଦ ହୋଇଥିବା ସ୍ଥଳେ କାଁ ଭାଁ ଗୋଟାଏ ଦୁଇଟା ଗାଡି ବା ବସ ଚଳପ୍ରଚଳ ହେଉଥିବା ସ୍ଥଳେ ପ୍ରାୟ ହଟେଲ,କିରନା ଦୋକାନ ,ମେଡ଼ିସିନ ଦୁକାନ ପାନ ଦୋକାନ ସବୁ ଖୋଲା ରହିଥିବା ଦେଖା ଦେଇଥିଲା ।। ଏହି ଧାରଣା ରାସ୍ତା ରୋକରେ ନନ୍ଦହାଣ୍ଡି କଂଗ୍ରେସ ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ,ଅଭିମୟୁ ନାୟକ ସମ୍ପାଦକ , ରୁନା ଦାଶ ,ସୁବାଷ ସୁନା ,ଗଣେଶ ନାୟକ,ଭାସ୍କର ଦାସ,ଗୋପାଳ ସେନାପତି ପ୍ରମୁଖ ଯୋଗ ଦେଇ ଥିଲେ ।