ପୁରା ଖବର ବିଷୟରେ



କ୍ରିକେଟ୍: ନକନକା ଚାମ୍ପିୟାନ

Feb 14 2021 6:46PM
କ୍ରିକେଟ୍: ନକନକା ଚାମ୍ପିୟାନ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବ୍ରଜକୋଟ ପଞ୍ଚାୟତ ଅଧିନସ୍ଥ ଖାଲପାଳ ଖେଳ ପଡ଼ିଆ ଠାରେ କ୍ରିକେଟ୍ ଟୁନାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି ଟୁନାମେଣ୍ଟରେ ମୁଖ୍ୟ ଅତିଥି ଅଶୋକ ମହାନ୍ତି(ପାଳଲହଡା ବିଜେପି ବିଧାୟକ ପ୍ରାଥି)ସରପଞ୍ଚ ପ୍ରତିନିଧି ବିଧାନ ସାହୁ,ସମାଜସେବୀ ଶ୍ରବଣ ସାହୁ (ପ୍ରଜଙ୍ଗ)। ଆଠଟି ଦଳ ଅଂଶଗ୍ରହଣ କରିଥିଲେ।ଆଠଟି ଦଳ ମଧ୍ୟରୁ ନକନକା ଓ ନନା ଓରିସ ଫାଇନାଲ ରେ ପଦାର୍ପଣ କରିଥିଲେ।ନକନକା ବିଜେତା ହୋଇଥିଲା।ନନା ଓରିସ ପ୍ରଥମେ ବ୍ୟାଟିଂ କରି ୪ଓଭରରେ ୪ୱକେଟ୍ ହରାଇ ୩୨ରନ କରିଥିଲା ବେଳେ ନକନକା ୨ୱକେଟ୍ ହରାଇ ୪ ଓଭରରେ ୩୩ କରିପାରିଥିଲେ।ଯାହା ଫଳରେ ନକନକା ବିଜୟ ଲାଭ କରିଥିଲା।ବିଜେତା ଦଳକୁ ୫୦୦୦ହଜାର ଟଙ୍କା,ରନର୍ସଅପ୍ ଦଳକୁ ୩୦୦୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଖାଲପାଳ ଗ୍ରାମର ରଂଜିତି ପ୍ରଧାନଙ୍କ ନେତୃତ୍ୱରେ ଏହି ଖେଳ ଆୟୋଜିତ ହୋଇଥିଲା। ଗ୍ରାମବାସୀ ଲୋକମାନେ ଉପସ୍ଥିତ ଥିଲେ।ଅରୁଣ କେଶରୀ, ପ୍ରଦୀପ ଦାସ,ଶ୍ୟାମଘନ ମହାନ୍ତି, ବିଜୟ କୁମାର ବେହେରା,ସଂଗ୍ରାମ ଦାସ, ମୋନଜ ମହାନ୍ତି(ନକନକା କ୍ରିକେଟ୍ ଟିମ୍ ର ମ୍ୟାନେଜର),ଚନ୍ଦନ ଦାସ,ଷୋନ୍ତସ ଦାସ, ପ୍ରଭାକର ନାଏକ,ଅଛୁତାନନ୍ଦ ଦେହୁରୀ, ଓ ଖାଲପାଳ ଗ୍ରାମବାସୀ ଲୋକମାନେ ଉପସ୍ଥିତ ଥିଲେ।