ପୁରା ଖବର ବିଷୟରେ



ଶିକ୍ଷକ/ଶିକ୍ଷୟତ୍ରୀ,ଅଭିଭାବକ ମାନଙ୍କୁ ନେଇ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ନିମନ୍ତେ ଏକ ବୈଠକ ଅନୁଷ୍ଠିତ

Feb 13 2021 10:05PM
ଭଦ୍ରକ: (ଭଣ୍ଡାରିପୋଖରୀ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ଦିଗରେ ଆଜି ତା ୧୩/୦୨/୨୦୨୧ ରିଖ ରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡିପୁର ରେ ଶିକ୍ଷକ/ଶିକ୍ଷୟତ୍ରୀ,ଅଭିଭାବକ ମାନଙ୍କୁ ନେଇ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ନିମନ୍ତେ ପ୍ରଧାନ ଶିକ୍ଷକ ସୁବଳ ପତ୍ରୀ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭଣ୍ଡାରୀପୋଖରୀ ବି ଇ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ତରିକା ବାବଦରେ ଆଲୋଚନା କରିଥିଲେ । ସମାଜ ସେବୀ ତଥା ସରପଞ୍ଚ ଙ୍କ ପ୍ରତିନିଧି ଟୁଟୁ ବେହେରା , ଅବିଭାବକ ଓ ଶିକ୍ଷକ ଙ୍କ ପରସ୍ପର ସହଯୋଗରେ ଶିକ୍ଷାର ପ୍ରଗତି ବାବଦରେ ଆଲୋଚନା ରଖିଥିଲେ । ସି ଆର ସି ସି ରଞ୍ଜନ ମହାନ୍ତି,ଜୟ କୃଷ୍ଣ ନାୟକ, ରବୀନ୍ଦ୍ର ଲେଙ୍କା ,ପୂର୍ବତନ ଶିକ୍ଷକ ପ୍ରଭାତ ଖିଲାର ଆଦି ଶିକ୍ଷକ/ଶିକ୍ଷୟତ୍ରୀ ମନେ ବିଦ୍ୟାଳୟର ଉନ୍ନତି ଶିକ୍ଷାର ପ୍ରଗତି ବାବଦରେ ପ୍ରସ୍ତାବ ରଖିଥିଲେ ।