ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲାର ଭୂମୀହୀନ ଚାଷୀ ଘନ ପାଇକଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ

Feb 13 2021 2:22PM
ନବରଙ୍ଗପୁର ଜିଲ୍ଲାର ଭୂମୀହୀନ ଚାଷୀ ଘନ ପାଇକଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀଙ୍କୁ ୨୦୨୦-୨୧ ବର୍ଷ ର କାଳିଆ ସହାୟତା ପ୍ରଦାନ କରାଯାଇଛି।ଚାଷୀଙ୍କ ଖାତାକୁ DBT ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ନାମ ମାତ୍ର ଚାଷୀଙ୍କୁ ଦୁଇ ହଜାର ଟଙ୍କା ପଠା ଯାଇଥିବା ବେଳେ, ଭୂମିହୀନ ଚାଷୀଙ୍କୁ ଦୁଇଟି କିସ୍ତିରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି। ଏହି ପରିପ୍ରେକ୍ଷୀରେ ଗତକାଲି ପାଞ୍ଚ ଜଣ ଚାଷୀଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ଗ୍ରାମ ପଞ୍ଚାୟତ ପୁରୁଣାପାଣିଗୁଡାର ଭୂମିହୀନ ଚାଷୀଘନ ପାଇକ ଙ୍କ ସହିତ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କଥା ମୁଖ୍ୟମନ୍ତ୍ରୀ। ଘନ କାଳିଆ ଯୋଜନାରେ,ତାଙ୍କ ପରି ଜଣେ ଗରିବ ଭୂମିହୀନ ଚାଷୀ ୧୦୦୦୦ ଟଙ୍କାର ସହାୟତା ପାଇ ସୁଫଳ ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।