ପୁରା ଖବର ବିଷୟରେ



ଅଧିକାର ତଥା କୃଷକ ଙ୍କ ଧାନ ମଣ୍ଡିରୁ ଉଠେଇବାରେ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ବୃନ୍ଦାବାହାଲ ଠାରେ ସିନାପାଲି ଧର୍ମଗଡ ମୂଖ୍ୟ ରାସ୍ତା କୁ ଅବରୋଧ କରି 3 ଘଣ୍ଟିଆ ବନ୍ଦ ଡାକରା ଦେଇଛି।।

Feb 13 2021 2:17PM
ବର୍ଷକ ର କଷ୍ଟାର୍ଯିତ ଶସ୍ୟ କୁ ମଣ୍ଡିରେ ବିକି ପୁଅ ଝିଅ ର ଭବିଷ୍ୟତ ଗଢିବ, ଋଣ ପରିଶୋଧ କରି ଆ'ର ବରଷ ର ଚାଷ କାମେ ମାତିବ, ଚଷା ପୁଅ ମନେ ଅନେକ ପରିକଳ୍ପନା, ସପନ ସପନ ରେ ରହିଯାଇଛି ମଣ୍ଡିରେ ଧାନ ଗଦା ହୋଇ ପଡିଛି, ଆଜି ଉଠିବ କାଲି ଉଠିବ ହୋଇ 2ମାସ ରୁ ଉର୍ଦ୍ଧ୍ବ ହେବ ସେମିତି ପଡିରହିଛି।। ନେତା ଅଫିସର ଖାଲି ପ୍ରତିଶୃତି ଦେଇଚାଲିଛନ୍ତି, ଦୁଃଖ ବୁଝିବାକୁ କେହି ନାହିଁ? କୃଷକ ହିତ କାମନା ସତେ ଯେମିତି ଶ୍ଳୋଗାନ ରେ ସୀମିତ ରହିଯାଇଛି।। କୃଷକ ଙ୍କ ସମସ୍ୟା କୁ ଆନ୍ତରିକତା ର ସହ ବିଚାର କରି ସହଯୋଗ କରିବା ପାଇଁ ଗୋଳାମୁଣ୍ଡା ଭାରତୀୟ ଜନତା ପାର୍ଟି ଆଗେଇଆସିଛି।। ଅଧିକାର ତଥା କୃଷକ ଙ୍କ ଧାନ ମଣ୍ଡିରୁ ଉଠେଇବାରେ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ବୃନ୍ଦାବାହାଲ ଠାରେ ସିନାପାଲି ଧର୍ମଗଡ ମୂଖ୍ୟ ରାସ୍ତା କୁ ଅବରୋଧ କରି 3 ଘଣ୍ଟିଆ ବନ୍ଦ ଡାକରା ଦେଇଛି।। ରାସ୍ତାଅବରୋଧ ରେ ବୃଷଭ ନାଏକ, ନିରୁପମା ନାଏକ,ଚମ୍ପବତୀ ସାହୁ,ସତ୍ୟ ରଞ୍ଜନ ବେହେରା, ଲଳିତ ପ୍ରଧାନ ଉପସ୍ଥିତ ରହି ଧାରଣା ରେ ବସିବା ସହ ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ କୃଷକ ଙ୍କ ସମସ୍ୟା ର ନିରାକରଣ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି।। କୃଷକ ଙ୍କ ହିତ ପାଇଁ ଗୋଟିଏ ପଟେ କାଳିଆ ଟଙ୍କା ର ସହାୟତା, ଅନ୍ଯପଟେ ଧାନ ବିକ୍ରି ରେ କଟନି ଛଟନି ଲୁଟ, ବସ୍ତା ବସ୍ତା ଧାନ ମଣ୍ଡି ରେ ପଡିରହିଛି।। ଧାରଣା ର ପ୍ରଭାବ ପ୍ରଶାସନ ତଥା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରୁଛି କି ନାହିଁ ଦେଖିବାକୁ ବାକି ରହିଲା।। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର କୁମାର ରାଉତ ଙ୍କ ରିପୋର୍ଟ ନୂତନ ଓଡ଼ିଶା ନିଉଜ ।