ପୁରା ଖବର ବିଷୟରେ



ଗାଦବାକତରା ଅଜଣା ଜନ୍ତୁ ଙ୍କ ଆକ୍ରମଣ ପରେ ଡ଼ାକବାଜି ଯନ୍ତ୍ର ରେ ଗ୍ରାମବାସୀ ଙ୍କୁ ସତର୍କ କରେଇଲା ବନବିଭାଗ ।

Feb 13 2021 12:33PM
ଗାଦବାକତରା ଅଜଣା ଜନ୍ତୁ ଙ୍କ ଆକ୍ରମଣ ପରେ ଡ଼ାକବାଜି ଯନ୍ତ୍ର ରେ ଗ୍ରାମବାସୀ ଙ୍କୁ ସତର୍କ କରେଇଲା ବନବିଭାଗ । ହିଂଶ୍ର ଜନ୍ତୁ ଶିକାର ରେ ୩ବାଛୁରୀ ର ମୃତ ଦେହ ମିଳିବାପରେ ଗଦବା କତ୍ରା ଗାଁରେ ମୋଇଦଳପୂର୍ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳ ବାସିକୁ ସତର୍କ ରହିବା ସହ ସଚେତନ କରାଯାଇଛି।ବିଭାଗ ପକ୍ଷରୁ ଗାଁ ଲକଙ୍କୁ ରାତିରେ ଏକୁଟିଆ ଘରୁ ନ ବାହାରିବା କୁହାଯାଇଛି ,ଜଙ୍ଗଲ ପାଖରେ ଗାଁ ଥିବାରୁ ବନ୍ୟ ଜନ୍ତୁଙ୍କ ଚଳପ୍ରଚଳ ରହିଛି,ତେଣୁ ଗାଁ ଲକେ ସତର୍କ ରହିବା ସହ ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ବନ ବିଭାଗ କୁ ସୂଚନଦେବା ସହ ନିଜେମଧ୍ୟସତର୍କ ରହିବାକୁ ଗ୍ରାମବାସୀ ଙ୍କୁ ଫରେଷ୍ଟର ଶ୍ରୀଯୁକ୍ତ ରମାକାନ୍ତ ପଟ୍ଟନାୟକ ଅନୁରୋଧ କରିଥିଲେ ।ବନରକ୍ଷୀ ରମାକାନ୍ତ ସାହୁ,ଅନିତା ହିଆଲ,ମଧୁସ୍ମିତା ତ୍ରିପାଠୀ,ଉମାଶଙ୍କର ନାୟକ,ପ୍ରକାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାଇ ଗତ ଶନିବାର ରାତିରେ ଗାଁର ଦୁର୍ଜନ ହରିଜନଙ୍କ ଏକ ବାଛୁରୀ ର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା।ସେହିପରି ଗତ ରବିବାର ରାତିରେ ହିରାଲାଲ ହରିଜନଙ୍କ ଗୋଟିଏ ବାଛୁରୀର ମୁଣ୍ଡ ଗୋଡ଼ ଗାଁ ପଖୋରୁ ମିଳିଥିଲା।ବନବିଭାଗ ପକ୍ଷରୁ ପାଦ ଚିହ୍ନ ଫୋଟୋଚିତ୍ର ସଂଗ୍ରହ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ପରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ରୁ ଅଧିକ ଗ୍ରାମବାସୀ କ୍ୟାମେରା ଲଗାଇ ରାତିରେ ଜଗି ମଧ୍ୟ ଜନ୍ତୁର କୌଣସି ସନ୍ଧାନ ପାଇପାରିନାହାନ୍ତି। ପାପଡା ହାଣ୍ଡି ବ୍ଲକ ରୁଗୁରୁପ୍ରସାଦ ପଣ୍ଡା ଙ୍କ ରିପୋର୍ଟ ନୂତନ ଓଡ଼ିଶା ନିଉଜ ।